Odisha Link
Bridging the Missing Links in Odisha

ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କୁ ମିଳିଲା ଜାମିନ, କେନ୍ଦ୍ରମନ୍ତ୍ରୀ କହିଲେ ଏହି କଥା

ଭୁବନେଶ୍ବର: ଫେବ୍ରୁଆରି ମାସରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିଥିଲା ଯୁବ ମୋର୍ଚ୍ଚା। ପ୍ରତିବାଦ ସମୟରେେ ଭୁବନେଶ୍ବର ଲୋଏର ପିଏମଜିରେ ଅପ୍ରତିକର ପରିସ୍ଥିତି ଉପୁଜିବା ହେତୁ ପୁଲିସ ଯୁବ ମୋର୍ଚ୍ଚା ସଭାପତି ସମେତ ୨୨ ଜଣଙ୍କୁ ଗିରଫ କରିଥିଲା। ଆଜି ସେହି ଯୁବ ମୋର୍ଚ୍ଚାର ସଦସ୍ୟଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। କାର୍ଯ୍ୟକର୍ତ୍ତାଙ୍କୁ ଜାମିନ ମିଳିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍‌ କରି କହିଛନ୍ତି, “ସତ୍ୟମେବ ଜୟତେ, ଧର୍ମର ଜୟ ହୋଇଛି”।

ଧର୍ମେନ୍ଦ୍ରଗଣତନ୍ତ୍ରରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ଅଛି। ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ହେଉଛନ୍ତି ଏକ ରାଜନୈତିକ ଦଳର କାର୍ଯ୍ୟକର୍ତ୍ତା କିନ୍ତୁ ପୁଲିସ ପ୍ରଶାସନ ସେମାନଙ୍କୁ ରାଜନୈତିକ କାର୍ଯ୍ୟକର୍ତ୍ତା ଭାବରେ ନୁହେଁ ବରଂ ଅପରାଧୀ ଭାବରେ ବ୍ୟବହାର କରିଥିଲା, ଯାହା ଗଣତନ୍ତ୍ରରେ ଗ୍ରହଣୀୟ ନୁହେଁ। ଆଜି ମାନ୍ୟବର ହାଇକୋର୍ଟ ଯୁବ କାର୍ଯ୍ୟକର୍ତ୍ତା ମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦେଶ ଆଇନବ୍ୟବସ୍ଥାକୁ ଆମେ ସମ୍ମାନ ଜଣାଉଛୁ । ସତ୍ୟମେବ ଜୟତେ, ଧର୍ମର ଜୟ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଗତ ଫେବ୍ରୁଆରି ୨୮ ତାରିଖରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ପ୍ରତିବାଦ କରିବା ସମୟରେ ପୁଲିସ ଦ୍ୱାରା ଷଡଯନ୍ତ୍ରର ଶିକାର ହୋଇ ସେମାନଙ୍କୁ ଜେଲ୍ ଯିବାକୁ ପଡିଥିଲା। ଏହି ଘଟଣାକୁ ୫୦ ଦିନରୁ ଊର୍ଦ୍ଧ୍ୱ ହେଲାଣି।

Leave A Reply

Your email address will not be published.