Odisha Link
Bridging the Missing Links in Odisha

ମନ୍ତ୍ରୀ ଓ ସରକାରୀ ବାବୁ ଚଢ଼ିବେ ହାଇବ୍ରିଡ୍‌ ଗାଡ଼ି

ଭୁବନେଶ୍ବର: ଏଣିକି ରାଜ୍ୟର ସମସ୍ତ ମନ୍ତ୍ରୀ ଓ ସରକାରୀ ବାବୁ ଚଢ଼ିବେ ହାଇବ୍ରିଡ ଗାଡ଼ି।ଏ ନେଇ ପରିବହନ କମିସନରଙ୍କୁ ଚିଠି ଲେଖିଛି ବାଣିଜ୍ୟ ଓ ପରିବହନ ବିଭାଗ। ମନ୍ତ୍ରୀ, ସଚିବ ଓ ଅନ୍ୟ ବଡ଼ ଅଧିକାରୀମାନଙ୍କୁ ହାଇବ୍ରିଡ୍ ଗାଡ଼ି ଉପଲବ୍ଧ କରାଇବା ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ଏ ନେଇ ଅର୍ଥ ବିଭାଗର ପ୍ରସ୍ତାବକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେଉଁମାନେ ଚଢ଼ିବେ ହାଇବ୍ରିଡ ଗାଡ଼ି:

ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ସଚିବ ଆଦି ପାହ୍ୟାର ଅଧିକାରୀମାନେ ୨୫ ଲକ୍ଷ ଟଙ୍କା ମୂଲ୍ୟର ଟୟୋଟା ଇନୋଭା, ମହିନ୍ଦ୍ରା ଏକ୍ସୟୁଭି-୫୦୦ ଏବଂ ଟାଟା ହେକ୍ସା ଭଳି ହାଇବ୍ରିଡ୍ ଗାଡ଼ି ବ୍ୟବହାର କରିବେ। ଯାହାକି ଗୋଟିଏ ଲିଟର ତେଲରେ ୯ କିଲୋମିଟର ଯାଉଥିବ। ସେହିପରି ଜିଲ୍ଲା ଜଜ୍, ପ୍ରମୁଖ ସଚିବ ତଥା ସଚିବ ପାହ୍ୟାର ଅଧିକାରୀମାନେ ମାରୁତି ସିଆଜ୍ କିମ୍ବା ହୋଣ୍ଡା ସିଟି ବର୍ଗର ଗାଡ଼ି ବ୍ୟବହାର କରିପାରିବେ। ଯାହାର ସର୍ବାଧିକ ମୂଲ୍ୟ ୧୫ ଲକ୍ଷ ଏବଂ ମାଇଲେଜ୍ ୧୨ କିଲୋମିଟର ପ୍ରତି ଲିଟର ରହିବ।

ତେବେ ଏହା ବାହାରେ କୌଣସି ଗାଡି କିଣାଯାଇ ପାରିବ ନାହିଁ ଏବଂ ସରକାର ଚାହିଁଲେ ଭଡ଼ାରେ ମଧ୍ୟ ଅନୁରୂପ ଗାଡ଼ି ଆଣି ବ୍ୟବହାର କରିପାରିବେ ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଥାଉକି, ଡିଜେଲ, ପେଟ୍ରୋଲ ଭଳି ପାରଂପରିକ ଇନ୍ଧନଯୁକ୍ତ ଗାଡ଼ି ତୁଳନାରେ ଏବଂ ପରିବେଶ ସୁରକ୍ଷା ଦୃଷ୍ଟିରୁ ଏବେ ସର୍ବଭାରତୀୟ ସ୍ତରରେ ହାଇବ୍ରିଡ୍ ଗାଡ଼ିର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି।

Leave A Reply

Your email address will not be published.