Odisha Link
Bridging the Missing Links in Odisha

ଓଡ଼ିଶାରେ ଚାଲିଛି ବାବୁଙ୍କ ଶାସନ: ଧର୍ମେନ୍ଦ୍ର ପ୍ରଧାନ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଓଡ଼ିଶା ବିଜେପିର ଫାୟାର ବ୍ରାଣ୍ଡ ନେତା ଧର୍ମେନ୍ଦ୍ର ପ୍ରଧାନ। ସମ୍ବଲପୁର ହିଂସାକାଣ୍ଡ ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ହନୁମାନ ଜୟନ୍ତୀରେ ସ୍ଥାନୀୟ ପ୍ରଶାସନର ଅପାରଗତା କାରଣରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ଏଠି ବାବୁଙ୍କ ପାଇଁ ମନ୍ତ୍ରୀ ଛତା ଧରିକି ବୁଲୁଛନ୍ତି ବୋଲି ମଧ୍ୟ ଧର୍ମେନ୍ଦ୍ର କହିଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ଚାଲିଛି ବାବୁମାନଙ୍କ ଶାସନ। ବାବୁଙ୍କ ପାଇଁ ଛତା ଧରି ବୁଲୁଛନ୍ତି ପ୍ରଭାବଶାଳୀ ମନ୍ତ୍ରୀ। ଏଭଳି କହି ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଆହୁରି କହିଛନ୍ତି, ମୁଁ ଆଜି ଖବର କାଗଜ ଦେଖିଲି ବାବୁମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଇ ସାରିଛନ୍ତି। ପ୍ରଭାବଶାଳୀ ମନ୍ତ୍ରୀ ମାନେ ତାଙ୍କ ପାଇଁ ଛତା ଧରି ବୁଲୁଛନ୍ତି।

ଧର୍ମେନ୍ଦ୍ର ଆହୁରି କହିଛନ୍ତି, ହନୁମାନ ଜୟନ୍ତୀ ଦିନ ଗୋଟିଏ ଆଦିବାସୀ ପିଲାର ହତ୍ୟା ବି ହେଲା। ସ୍ଥାନୀୟ ପୁଲିସ ଯେଉଁଭଳି ଭାବରେ ନିଜେ ଏଫଆଇଆରରେ ଲେଖିଛନ୍ତି ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ଯେଉଁଭଳି ଭାବରେ କାର୍ଯ୍ୟାନୁଷ୍ଠାନ ହେବା କଥା ତାହା ପରିଲକ୍ଷିତ ହେଉ ନାହିଁ। ହିନ୍ଦୁ ସମାଜ ଉପରେ ଅତ୍ୟାଚାର ବଢୁଛି। ସମାଜର ମାନ୍ୟଗଣ୍ୟ ଲୋକମାନଙ୍କୁ ପୁଲିସ ନିର୍ଦ୍ଦିଷ୍ଟ ଭାବେ ଆରୋପ କରିକି ଦୋଷୀ ସାବ୍ୟସ୍ତ କରିବାର ଭୁଲ ଚେଷ୍ଟା କରୁଛି।ପୁଲିସ ଡ଼ିଜି, ସ୍ଥାନୀୟ ଡ଼ିଆଇଜି ଓ ସ୍ଥାନୀୟ ଏସପି ଏଠି ଏକ ତରଫା ଭାବେ କାମ କରୁଛନ୍ତି। ଏହାକୁ ନେଇ ଭାରତୀୟ ଜନତା ପାର୍ଟି ପ୍ରଥମ ଦିନରୁ ଆପତ୍ତି କରି ଆସୁଛି।

Leave A Reply

Your email address will not be published.