Odisha Link
Bridging the Missing Links in Odisha

ସୁଦାନରେ ‘ଅପରେସନ କାବେରୀ’ର ସଫଳତା, ଉଦ୍ଧାର ହେଲେଣି ୩୦୦୦ରୁ ଅଧିକ ଭାରତୀୟ

ଆଜି ପୁଣି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଉ ୪୭ ଭାରତୀୟ ଉଦ୍ଧାର ହୋଇଛନ୍ତି।

ଓଏଲ୍‌ ବ୍ୟୁରୋ: ଅଶାନ୍ତ ସୁଦାନରେ ଅପରେସନ କାବେରୀ ଜୋରଦାର। ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ କାବେରୀ ଆରମ୍ଭ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୮୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଅଶାନ୍ତ ସୁଦାନରେ ଅପରେସନ କାବେରୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ପୁଣି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଉ ୪୭ ଭାରତୀୟ ଉଦ୍ଧାର ହୋଇଛନ୍ତି।

ଖବର ଅନୁସାରେ, ଆଫ୍ରିକୀୟ ଦେଶ ସୁଦାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଅପରେସନ କାବେରୀ ଆରମ୍ଭ କରାଯାଇଛି। ଅପରେସନ କାବେରୀ ଆରମ୍ଭ ନେଇ ଜୟଶଙ୍କରଙ୍କ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଥିଲେ। ମିଳିଥିବା ତଥ୍ୟ ଅନୁସାରେ ସୁଦାନରେ ଫସିଥିବା ୩ ହଜାରରୁ ଅଧିକ ଭାରତୀୟଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ଧାର କରାଯିବାକୁ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.