Odisha Link
Bridging the Missing Links in Odisha

ଓଡ଼ିଶା ଆସିବେ ବିହାର ମୁଖ୍ୟମନ୍ତ୍ରୀ, ଆସନ୍ତା ୯ରେ ନବୀନ-ନୀତିଶ ଭେଟଘାଟ

ଆସନ୍ତା ୯ରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିନ ୧୨ଟାରେ ଭେଟିବେ।

ଓଏଲ୍‌ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସିବାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଆସନ୍ତା ୯ରେ ଓଡ଼ିଶା ଆସିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବାବେଳେ ବିଜେପି ବିରୋଧୀ ମେଣ୍ଟ ଗଢ଼ିବା ଅଭିଯାନ ଆରମ୍ଭ ନେଇ ଚର୍ଚ୍ଚା ହେଉଛି। ତେବେ ବିହାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ସୂଚନା ରହିଛି। ଆସନ୍ତା ୯ରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିନ ୧୨ଟାରେ ଭେଟିବେ।

ପୂର୍ବରୁ ମାର୍ଚ୍ଚ ମାସରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆସିଥିଲେ। ଓଡ଼ିଶା ଆସି ଶ୍ରୀମନ୍ଦିର ଯାଇ ମହାବାହୁଙ୍କ ଦର୍ଶନ କରିଥିଲେ ମମତା ବାନାର୍ଜୀ। ଓଡ଼ିଶା ଗସ୍ତର ଅନ୍ତିମ ଦିନରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ନବୀନ ନିବାସରେ ମମତାଙ୍କୁ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ। ନବୀନ ନିବାସରେ ମମତାଙ୍କୁ ମହାପ୍ରଭୁଙ୍କ ଅଙ୍ଗବସ୍ତ୍ର ଦେଇ ସ୍ୱାଗତ କରିବା ସହ ଛେନାପୋଡ ଖାଇବାକୁ ଦେଇଥିଲେ।

ପୂର୍ବରୁ ଗଣମାଧ୍ୟମକୁ ମମତା ସୂଚନା ଦେଇ କହିଥିଲେ, ହକି ବିଶ୍ୱକପ୍ ସମୟରେ ତାଙ୍କୁ ଓଡ଼ିଶା ଆସିବାକୁ ନବୀନ ନିମନ୍ତ୍ରଣ କରିଥିଲେ। କିନ୍ତୁ ଆସିପାରିନଥିଲି, ହେଲେ ପ୍ରତିଶ୍ରୁତି ଦେଇଥିଲି, ଯେତେବେଳେ ଓଡ଼ିଶା ଆସିବି, ନବୀନଙ୍କୁ ନିଶ୍ଚୟ ଭେଟିବି। ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି ମମତା ବାନାର୍ଜୀ କହିଥିଲେ। ଏହି ସାକ୍ଷାତ ଉପରେ ରାଜନୈତିକ ସମୀକ୍ଷକମାନଙ୍କ ନଜର ରହିଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ନବୀନ ପଟ୍ଟନାୟକଙ୍କୁ ଭେଟିବା ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.