Odisha Link
Bridging the Missing Links in Odisha

ରଜୌରୀରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ

ଗତକାଲି ୫ଜବାନ ସହିଦ ହୋଇଥିଲେ।

ଓଏଲ୍‌ ବ୍ୟୁରୋ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଜମ୍ମୁରେ ପହଂଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରଜୌରୀ ଓ ବାରମୁଲ୍ଲାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଲାଗିରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଜମ୍ମୁ ଗସ୍ତ କରିଛନ୍ତି। ଜମ୍ମୁର ରଜୌରୀରେ ଥିବା କ୍ୟାମ୍ପରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ରଜୌରୀର କଣ୍ଡି ଜଙ୍ଗଲରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଜାରି ରହିଛି ଗୁଳି ବିନିମୟ। ଏଠାରେ ଏବେବି ଲୁଚି ରହିଛନ୍ତି ଆତଙ୍କବାଦୀ। ଗତକାଲି ୫ଜବାନ ସହିଦ ହୋଇଥିଲେ।

ରଜୌରୀ କାଣ୍ଡି ଜଙ୍ଗଲରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ। ସୁରକ୍ଷାକର୍ମୀଙ୍କ ଉପରକୁ ବୋମା ପକାଇଲେ ଆତଙ୍କବାଦୀ। ସୁରକ୍ଷାକର୍ମୀଙ୍କ ଗୁଳିରେ କିଛି ଆତଙ୍କବାଦୀ ଗୁରୁତର ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସର୍ଚ୍ଚ ଅପେରସନ ଜାରି କରାଯାଇଛି। ଜଙ୍ଗଲ ଇଲାକାରେ ସର୍ଚ୍ଚ ଅପେରସନ ଚାଲୁଥିବା ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ଅର୍ତକିତ ଗୁଳିମାଡ କରିଥିଲେ ଆତଙ୍କବାଦୀ। ଏହାର ପାଲଟା ଜବାବରେ ସେନା ପକ୍ଷରୁ ମଧ୍ୟ ଗୁଳିମାଡ ହୋଇଥିଲା। ସର୍ଚ୍ଚ ଅପେରସନ ଜାରି ରହିଥିବାବେଳେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.