Odisha Link
Bridging the Missing Links in Odisha

ବିବାଦରେ ଡବ୍ଲୁଏଫଆଇ ସଭାପତି, କୁସ୍ତିଯୋଦ୍ଧାଙ୍କ ସହ ଆନ୍ଦୋଳନରେ ସାମିଲ ହେଲେ କୃଷକ

ଧକ୍କା ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିବା ସୂଚନା ମିଳିଥିଲା।

ଓଏଲ୍‌ ବ୍ୟୁରୋ: ଡବ୍ଲୁଏଫଆଇ ସଭାପତିକୁ ନେଇ ବଢୁଛି ବିବାଦ। କୁସ୍ତିଯୋଦ୍ଧାଙ୍କ ସହ ଆନ୍ଦୋଳନରେ ସାମିଲ ହେଲେ କୃଷକ। ପୁଲିସ ବ୍ୟାରିକେଡ ଭାଙ୍ଗିଲେ କୃଷକ। ଡବ୍ଲୁଏଫଆଇ ମୁଖ୍ୟ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରାଯାଉଛି। ବ୍ରିଜଭୂଷଣଙ୍କୁ ନେଇ ଥମୁନି ବିବାଦ। ଜନ୍ତରମନ୍ତରଠାରେ ଚାଲିଛି ଧାରଣା।

ପୂର୍ବରୁ ମହାସଂଘ ସଭାପତି ବ୍ରିଜଭୂଷଣ ନାଁରେ କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବଡ ଶୁଣାଣି କରିଥିଲେ। ତଳକୋର୍ଟକୁ ଯିବାକୁ କୁସ୍ତିଯୋଦ୍ଧାଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ତଳକୋର୍ଟ କିମ୍ବା ହାଇକୋର୍ଟ ଯିବାକୁ କହି ମାମଲା ବନ୍ଦ କରିଥିଲେ ସୁପ୍ରିମକୋର୍ଟ। ତେବେ ସୁପ୍ରିମକୋର୍ଟର ଶୁଣାଣି ପରେ ନିରାଶ ହୋଇଥିଲେ କୁସ୍ତି ଯୋଦ୍ଧା।

ଖବର ଅନୁସାରେ, ଡବ୍ଲୁଏଫଆଇ ସଭାପତିଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି କୁସ୍ତି ଯୋଦ୍ଧା। ବ୍ରିଜଭୂଷଣଙ୍କୁ ନେଇ ଥମୁନି ବିବାଦ। ଜନ୍ତରମନ୍ତରଠାରେ ଚାଲିଛି ଧାରଣା। ଦେଶ ପାଇଁ ମେଡାଲ ଆଣିଥିବା କୁସ୍ତି ଯୋଦ୍ଧାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଧାରଣଗତ କୁସ୍ତି ଯୋଦ୍ଧା। ଧକ୍କା ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିଥିବା ସୂଚନା ମିଳିଥିଲା।

ଅନ୍ୟପଟେ, ଦିଲ୍ଲୀ ପୁଲିସର ଅସହଯୋଗରେ ଅତିଷ୍ଠ ହୋଇ କାନ୍ଦିଥିଲେ କୁସ୍ତି ଖେଳାଳି ବିନେଶ ଫୋଗଟ୍। କାନ୍ଦିବା ସହ କହିଥିଲେ ଯେ, ଆମକୁ ଯଦି ମାରିବାକୁ ଚାହୁଁଛନ୍ତିି ମାରିଦିଅନ୍ତୁ, ଏତେ ହଇରାଣ କରନ୍ତୁନି। ଏଇ ଦିନ ଦେଖିବାକୁ କ’ଣ ଆମ ଦେଶ ପାଇଁ ମେଡାଲ ଆଣିଥିଲୁ। ବିନେଶଙ୍କ ଏପରି ମନ୍ତବ୍ୟ କ୍ରୀଡା ପ୍ରେମୀଙ୍କୁ ଭାବବିହ୍ୱଳ କରିଛିି।

Leave A Reply

Your email address will not be published.