Odisha Link
Bridging the Missing Links in Odisha

କନ୍ଧମାଳରେ ଜଣେ ଯବାନ ସହିଦ, କାଲି ଜନ୍ମମାଟିରେ ପହଞ୍ଚିବ ସୁପୁତ୍ରଙ୍କ ମରଶରୀର

ସହିଦ ଯବାନ ତୁଷାରକାନ୍ତ ଦାସଙ୍କ ଘର ଯାଜପୁର ବଡ଼ଚଣା ବଡବାଲିକୁଦା ଗାଁରେ।

ଓଏଲ୍‌ ବ୍ୟୁରୋ: କାନ୍ଦୁଛି ଜନ୍ମ ମାଟି। ବୀର ଯବାନଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଛନ୍ତି ଗ୍ରାମବାସୀ। ଯବାନଙ୍କ ସହିଦ ଖବରରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ତେବେ କନ୍ଧମାଳରେ ଘଟିଥିବା ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି। ବିଦ୍ୟୁତ ଆଘାତରେ ଜଣେ ଯବାନ ସହିଦ ହୋଇଥିବା ଜଣା ପଡିଛି। ବିଦ୍ୟୁତ ଆଘାତରେ ସହିଦ ହୋଇଥିବା ଯବାନ ହେଲେ ତୁଷାରକାନ୍ତ ଦାସ। ସହିଦ ଯବାନ ତୁଷାରକାନ୍ତ ଦାସଙ୍କ ଘର ଯାଜପୁର ବଡ଼ଚଣା ବଡବାଲିକୁଦା ଗାଁରେ। ସହିଦ ଯବାନ ତୁଷାରକାନ୍ତ ଦାସଙ୍କ ମରଶରୀର ଆସନ୍ତାକାଲି ପହଞ୍ଚିବ ଜନ୍ମମାଟିରେ।

Leave A Reply

Your email address will not be published.