Odisha Link
Bridging the Missing Links in Odisha

ଦିଲ୍ଲୀରେ ନବୀନ ଥିବାବେଳେ ବାଚସ୍ପତିଙ୍କ ସମେତ ୨ ମନ୍ତ୍ରୀ ଦେଲେ ଇସ୍ତଫା

ଓଏଲ ବ୍ୟୁରୋ: ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନ୍ୟପଟେ ରାଜ୍ୟ ରାଜନୀତିରେ ବଡ ଧରଣର ହଚଲଚଲ। ଇସ୍ତଫା ଦେଉଛନ୍ତି ଜଣେ ପରେ ଜଣେ ମନ୍ତ୍ରୀ। ବାଚସ୍ପତି ବିକ୍ରମ ଆରୁଖଙ୍କ ପରେ ଏବେ ଇସ୍ତଫା ଦେଇଛନ୍ତି ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ସମୀର ଦାଶ। ଇସ୍ତଫା ଦେଉଥିବା ମନ୍ତ୍ରୀମାନଙ୍କୁ ମିଳିବ କି ବଡ ଦାୟିତ୍ୱ? ମନ୍ତ୍ରୀମାନଙ୍କ ଇସ୍ତଫା କଣ ଇସାରା ଦେଉଛି ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ । ସେ ଆଜି ତାଙ୍କ ଇସ୍ତଫା ପତ୍ର ଉପବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଇସ୍ତଫା ପଛରେ ବ୍ୟକ୍ତିଗତ କାରଣ ଥିବା କହିଛନ୍ତି ବିକ୍ରମ। ଏନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି କି, ଏବେ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାକୁ ସେ ନିଷ୍ଠାର ସହ କରିବେ। ବିକ୍ରମଙ୍କ ପରେ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

Leave A Reply

Your email address will not be published.