Odisha Link
Bridging the Missing Links in Odisha

ଭାରି ପଡ଼ିଲା ଲାଞ୍ଚ ନେବା, ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଷ୍ଟେନୋଗ୍ରାଫର

କନିଷ୍ଠ ଷ୍ଟେନୋଗ୍ରାଫର ଲାଞ୍ଚ ନେଉଥିବା ଅଭିଯୋଗ କରିଥିଲେ ଜଣେ ଶିକ୍ଷକ।

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଜଣେ କନିଷ୍ଠ ଷ୍ଟେନୋଗ୍ରାଫର। ଲାଞ୍ଚ ନେବାବେଳେ କନିଷ୍ଠ ଷ୍ଟେନୋଗ୍ରାଫର ଦୁର୍ଗାପ୍ରସାଦ ମହାପାତ୍ରଙ୍କୁ ଧରିଛି ଭିଜିଲାନ୍ସ। ଧରାପଡିଥିଲା କନିଷ୍ଠ ଷ୍ଟେନୋଗ୍ରାଫର ହେଉଛନ୍ତି ନୟାଗଡ଼ ଜିଲ୍ଲା ଟ୍ରେଜରୀ ଅଫିସର। କନିଷ୍ଠ ଷ୍ଟେନୋଗ୍ରାଫର ଲାଞ୍ଚ ନେଉଥିବା ଅଭିଯୋଗ କରିଥିଲେ ଜଣେ ଶିକ୍ଷକ। ଅଭିଯୋଗକାରୀ ଶିକ୍ଷକଙ୍କଠାରୁ ୪୮୦୦୦ ଟଙ୍କା ନେବାବେଳେ ଧରିଛି ଭିଜିଲାନ୍ସ।

ପରମାନେଣ୍ଟ ରିଟାୟରମେଣ୍ଟ ଆକାଉଣ୍ଟନ ନମ୍ବର (ପ୍ରାନ) ଖୋଲିଦେବାକୁ କହି ୧୬୧ ଜଣ ଶିକ୍ଷକଙ୍କଠାରୁ ୩୦୦ ଟଙ୍କା ଲେଖାଏଁ ମୋଟ୍ ୪୮ ହଜାର ଟଙ୍କା ନେଉଥିଲେ। ଭାରି ପଡ଼ିଲା ଲାଞ୍ଚ ନେବା, ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଷ୍ଟେନୋଗ୍ରାଫର। ଏହି ମାମଲାରେ ଶ୍ରୀ ମହାପାତ୍ରଙ୍କ ଦୁଇଟି ସ୍ଥାନରେ ରେଡ୍ ଜାରି ରହିଛି।