Odisha Link
Bridging the Missing Links in Odisha

ଓଡ଼ିଶାରେ ଖୁବଶୀଘ୍ର ଗଡ଼ିବ ବନ୍ଦେ ମେଟ୍ରୋ

ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବନ୍ଦେ ମେଟ୍ରୋ।

ଓଏଲ୍‌ ବ୍ୟୁରୋ: ବହୁଦିନର ପ୍ରତୀକ୍ଷାର ହେବ ଅନ୍ତ। ପ୍ରଥମଥର ପାଇଁ ଓଡ଼ିଶାରେ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ। ଆଜିଠୁ ଗଡ଼ିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବନ୍ଦେ ମେଟ୍ରୋ। ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦ୍ଘାଟନ ସମାରୋହରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି। ବନ୍ଦେ ଭାରତ ପରେ ପରେ ବନ୍ଦେ ମେଟ୍ରୋ ଆରମ୍ଭ ହେବ। ବନ୍ଦେ ଭାରତ ପରେ ପରେ ବନ୍ଦେ ସ୍ଲିପର ଆରମ୍ଭ ହେବ। ବନ୍ଦେ ମେଟ୍ରୋ ଆରମ୍ଭ ହେଲେ ଓଡ଼ିଶାକୁ ବି ଫାଇଦା ହେବ ବୋଲି ସେ କହିଛନ୍ତି। ବନ୍ଦେ ମେଟ୍ରୋ ପୁରୀ-ଭୁବନେଶ୍ବର-କଟକ ଚାଲିବା ଯୋଜନା ରହିଛି।

ଓଡ଼ିଶାର କେଉଁ ଷ୍ଟେସନରେ କେତେବେଳେ ପହଁଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ୍‌, ଜାଣନ୍ତୁ:

ଏହି ଟ୍ରେନ୍ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ପଶ୍ଚିମବଙ୍ଗର ପଶ୍ଚିମ ଓ ପୂର୍ବ ମେଦିନୀପୁର ଜିଲ୍ଲା ଦେଇ ଚାଲିବ। (ହାଓଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌(୨୨୮୯୫) ହାଓଡ଼ାରୁ ସକାଳ ୬ଟା ୧୦ରେ ପୁରୀ ଅଭିମୁଖେ ବାହାରିବ। ଏହି ଯାତ୍ରା ସମୟରେ ଖଡ଼ଗପୁରରେ ୭ଟା ୪୦, ବାଲେଶ୍ବରରେ ୯ଟା ୩, ଭଦ୍ରକରେ ୯ଟା ୪୦, ଯାଜପୁର-କେନ୍ଦୁଝରରୋଡରେ ୧୦ଟା ୭, କଟକରେ ୧୦ଟା ୫୦, ଭୁବନେଶ୍ବରରେ ୧୧ଟା ୨୦, ଖୋର୍ଦ୍ଧାରୋଡରେ ୧୧ଟା ୪୨ ଓ ପୁରୀରେ ମଧ୍ୟାହ୍ନ ୧୨ଟା ୩୫ରେ ପହଞ୍ଚିବ। ସେହିପରି ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌(୨୨୮୯୬) ପୁରୀରୁ ଅପରାହ୍ଣ ୧ଟା ୫୦ରେ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍‌ ଖୋର୍ଦ୍ଧା ରୋଡରେ ୨ଟା ୨୩, ଭୁବନେଶ୍ବରରେ ୨ଟା ୪୫, ଯାଜପୁର-‌କେନ୍ଦୁଝରରୋଡରେ ୪ଟା ୩, ଭଦ୍ରକରେ ୪ଟା ୩୩, ବାଲେଶ୍ବରରେ ୫ଟା ୧୩ ଓ ଖଡ଼ଗପୁରରେ ୬ଟା ୪୨ରେ ପହଞ୍ଚିବ। ଉଭୟ ଅପ୍‌ ଓ ଡାଉନ୍‌ ଟ୍ରେନ୍‌ ଭୁବନେଶ୍ବର ଷ୍ଟେସନରେ ୪ ମିନିଟ ଓ ଅନ୍ୟ ଷ୍ଟେସନଗୁଡ଼ିକରେ ୨ ମିନିଟ୍‌ ଲେଖାଏ ଅଟକିବ।

Leave A Reply

Your email address will not be published.