Odisha Link
Bridging the Missing Links in Odisha

ଆଇଏଏସ୍ ପରୀକ୍ଷାରେ ବାଜିରାଓ ଛାତ୍ରୀଙ୍କ ସଫଳତା

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସେସ ପରୀକ୍ଷା ୨୦୨୨ର ଫଳାଫଳ। ଗ୍ରେଟର ନୋଏଡ଼ାର ଈଶିତା କିଶୋର ଟପ୍ପର ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ପ୍ରଥମ ୪ଟି ସ୍ଥାନରେ ମହିଳାମାନେ ବାଜି ମାରିଛନ୍ତି। ଈଶିତା ଟପ୍ପର ହୋଇଥିବା ବେଳେ ଗରିମା ଲୋହିଆ ଦ୍ୱିତୀୟ ଓ ଉମା ହାରାଥି ଏନ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ର ଅଛନ୍ତି। ସବୁଠୁ ବଡ଼କଥା ହେଲା ଚଳିତଥର ୨୬ ଜଣ ଓଡ଼ିଆ କୃତକାର୍ଯ୍ୟ ହୋଇଛନ୍ତି। ଆଉ ଏଥର ମଧ୍ୟ ଆଇଏଏସ୍ ପରୀକ୍ଷାରେ ବାଜିରାଓ ଛାତ୍ରୀଙ୍କ ସଫଳତା ଦେଖିବାକୁ ମିଳିଛି।

୯୩୩ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୨୬ ଜଣ ଅଛନ୍ତି। ସେହିପରି ଏହି ୨୬ ଜଣଙ୍କ ମଧ୍ୟରୁ ୯ ଜଣ ପ୍ରଥମ ୧୦୦ ରାଙ୍କ ମଧ୍ୟରେ ଅଛନ୍ତି। ଥରୁଣ ପଟ୍ଟନାୟକ ମାଦଳା ୩୩ ନମ୍ବର ରାଙ୍କରେ ଥିବା ବେଳେ ଅନୁପ ଦାସ ୩୮, ପ୍ରଣିତା ଦାସ ୪୨, ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କୃତିକା ମିଶ୍ର ୬୭, କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩ ଓ ପ୍ରଶାନ୍ତ ରାଜ ୯୭ ରାଙ୍କ ପାଇଛନ୍ତି। ସେହିପରି ସିଦ୍ଧାର୍ଥ ମିଶ୍ର ୧୦୬ ନମ୍ବର ରାଙ୍କରେ ରହିଥିବା ବେଳେ ସୌମ୍ୟରଞ୍ଜନ ଦାସ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ସତ୍ୟ ପ୍ରକାଶ ମିଶ୍ର ୨୬୧, ଆୟୁଷୀ ପ୍ରଧାନ ୩୩୪, ଦିବ୍ୟା ଜୈନ ୩୬୩, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ ୪୦୫, ତେଜସ୍ୱୀ ବେହେରା ୫୧୬, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବୀରେନ୍ଦ୍ର କୁମାର ଦାସ ୮୫୪ ଓ ମାନସଜ୍ୟୋତି ଦାସ ୮୮୧ ରାଙ୍କରେ କୃତକାର୍ଯ୍ୟ ହୋଇଛନ୍ତି।

ବାଜିରାଓ ଆଇଏଏସ ଏକାଡେମୀରେ ପଢ଼ୁଥିବା କସ୍ତୁରୀ ପଣ୍ଡା ୬୭ ରାଙ୍କରେ ଥିବାବେଳେ ଆୟୂଷୀ ପ୍ରଧାନ ୩୩୪ ରାଙ୍କ ରଖିଛନ୍ତି। ସୂଚନାଥାଉକି, କୃତକାର୍ଯ୍ୟ ହୋଇଥିବା ୯୩୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮୦ ଜଣ ଆଇଏଏସ୍‌, ୩୮ ଜଣ ଆଇଏଫ୍‌ଏସ୍‌, ୨୦୦ ଜଣ ଆଇପିଏସ୍‌ ଏବଂ ବାକି ମାନେ ସେଣ୍ଟ୍ରାଲ ସର୍ଭିସେସ୍ ଗ୍ରୁପ୍ ଏ ଓ ଗ୍ରୁପ୍ ବି ସର୍ଭିସେସ୍‌ରେ ନିଯୁକ୍ତି ପାଇବେ।

Leave A Reply

Your email address will not be published.