Odisha Link
Bridging the Missing Links in Odisha

ଅପରାଧିକ ମାମଲା ଥିଲେ, ହେବନି ସରକାରୀ କର୍ମଚାରୀଙ୍କ ପଦୋନ୍ନତି: ହାଇକୋର୍ଟ

କେବଳ ସେତିକି ନୁହେଁ ବରଂ ଚାକିରୀ ନିୟମିତ ହେବା ନେଇ ମଧ୍ୟ କଟକଣା କରିଛନ୍ତି ହାଇକୋର୍ଟ।

ଓଏଲ୍‌ ବ୍ୟୁରୋ: ସରକାରୀ କର୍ମଚାରୀଙ୍କୁ ନେଇ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଯାହାକୁ ନେଇ ସରକାରୀ କର୍ମଚାରୀଙ୍କ ଅଡୁଆ ବଢ଼ିବାରେ ଲାଗିଛି। ହାଇକୋର୍ଟଙ୍କ ରାୟ ଅନୁସାରେ, ଯଦି କୌଣସି ସରକାରୀ କର୍ମଚାରୀଙ୍କ ଅପରାଧିକ ମାମଲା ଥିବ ତେବେ ତାଙ୍କ ଚାକିରୀରେ ହେବନି ପଦୋନ୍ନତି। କେବଳ ସେତିକି ନୁହେଁ ବରଂ ଚାକିରୀ ନିୟମିତ ହେବା ନେଇ ମଧ୍ୟ କଟକଣା କରିଛନ୍ତି ହାଇକୋର୍ଟ। ତେବେ ହାଇକୋର୍ଟ ଏଭଳି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇବା ପରେ ଯେଉଁ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି ସେମାନଙ୍କ ଅଡୁଆ ବଢ଼ିବାରେ ଲାଗିଛି।

Leave A Reply

Your email address will not be published.