Odisha Link
Bridging the Missing Links in Odisha

ତାତିରୁ ମିଳିବ ତ୍ରାହି, ଆଉ ୫ ଦିନ ଝଡ଼ବର୍ଷା ହେବାର ଆଶଙ୍କା

ଏହାର ପ୍ରଭାବରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ ବୋଲି କୁହାଯାଉଛି।

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିବ ନିସ୍ତାର। କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ଆଶଙ୍କା। ଗତକାଲି ରାଜଧାନୀରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ବର୍ଷା କାରଣରୁ ତାତିରୁ ତ୍ରାହି ମିଳିଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଏହାର ପ୍ରଭାବରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିପାରେ ବୋଲି କୁହାଯାଉଛି।

ଗତକାଲି ଅଧରାତିରେ କାଳବୈଶାଖୀ ଦେଖାଇଛି ତାର କରାଳ ରୂପ। ରାତି ଅଧରେ ମଚାଇଛି ତାଣ୍ଡବ। କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ଝଡ଼ ତୋଫାନ ସାଙ୍ଗଙ୍କୁ ବଜ୍ରପାତ ଲୋକଙ୍କ ନିଦ ହଜାଇ ଦେଇଥିଲା। କାଳବୈଶାଖୀ ପାଇଁ ରାତିରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଯୋଗୁଁ ଲୋକେ ସାମାନ୍ୟ ଆଶ୍ୱସ୍ତି ପାଇଥିବା ବେଳେ ବିଦ୍ୟୁତ ବିଭ୍ରାଟ ପାଇଁ ଲୋକେ ରାତି ଅଧରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

Leave A Reply

Your email address will not be published.