Odisha Link
Bridging the Missing Links in Odisha

ପରଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ମାମଲା: ସମ୍ପୃକ୍ତ ୮ ଅଭିଯୁକ୍ତ ଗିରଫ

ଏଥିସହ ସେମାନଙ୍କ ପାଖରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରାଯାଇଛି।

ଓଏଲ୍‌ ବ୍ୟୁରୋ: କାମାକ୍ଷାନଗର ପରଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ମାମଲାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଏଥିସହ ସେମାନଙ୍କ ପାଖରୁ ୨ଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରାଯାଇଛି।

ଖବର ଅନୁସାରେ, ଗତକାଲି ମାଟି ମାଫିଆଙ୍କ ମାଡ଼ରେ ତହସିଲଦାରଙ୍କ ସମେତ ତହସିଲ ଅଫିସ୍ କିରାଣି ଓ ଜଣେ ଆରଆଇ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ତଦନ୍ତ ହୋଇଥିଲା। ତଦନ୍ତ ଅନୁସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

Leave A Reply

Your email address will not be published.