Odisha Link
Bridging the Missing Links in Odisha

ଆଇପିଏଲ୍‌ ମହାସମର: ଚେନ୍ନାଇ-ଗୁଜରାଟ ଫାଇନାଲ୍‌ ଆଜି

ଓଏଲ୍‌ ବ୍ୟୁରୋ: ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ ତମ ସଂସ୍କରଣର ଫାଇନାଲ ମୁକାବିଲା ଐତିହାସିକ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ୪ଥରର ଆଇପିଏଲ ବିଜେତା ଚେନ୍ନାଇ ସୁପର କିଙ୍ଗସ୍‌ ଓ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ଫାଇନାଲ ମୁକାବିଲା। ଆଜି ସନ୍ଧ୍ୟା ୭ଟା ୩୦ରେ ଫାଇନାଲ ମୁକାବିଲା ଖେଳାଯିବ।

ସବୁଠୁ ବଡ଼ କଥା ହେଲା ଚଳିତ ବର୍ଷ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରୁ ହିଁ ଆରମ୍ଭ ହୋଇଥିଲା ଆଉ ଟୁର୍ଣ୍ଣାମେଣ୍ଟର ଶେଷ ମୁକାବିଲା ମଧ୍ୟ ସେହି ସମାନ ପଡ଼ିଆରେ ଖେଳାଯାଉଛି। ସଂଯୋଗବଶତଃ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସପୁର କିଙ୍ଗସ୍‌ ଉଦଘାଟନୀ ମ୍ୟାଚ୍‌ ଖେଳିଥିଲେ। ଏବେ ସେହି ଦୁଇ ଟିମ୍‌ ହିଁ ଟ୍ରଫି ପାଇଁ ଫାଇନାଲ ମ୍ୟାଚ୍‌ ଖେଳିବେ।

ପ୍ରଥମ କ୍ୱାଲିଫାୟରରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଗୁଜରାଟ ଟାଇଟନ୍ସକୁ ହରାଇ ସିଧା ଫାଇନାଲରେ ପ୍ରବେଶ କରିଥିଲା। ତେବେ ଗୁଜରାଟ ଦ୍ୱିତୀୟ ସୁଯୋଗରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ ଦେଇ ଫାଇନାଲରେ ପହଞ୍ଚିଛି। ତେଣୁ ରବିବାର ଧୋନି ବନାମ ପାଣ୍ଡ୍ୟାଙ୍କ ଲଢ଼େଇ ପୂରା ବିଶ୍ୱ ଦେଖିବ।

ସିଏସ୍‌କେ ସମ୍ଭାବ୍ୟ ଦ୍ବାଦଶ: ଋତୁରାଜ ଗାଏକ୍ବାଡ଼୍‌, ଡେଭନ୍‌ କନୱେ, ଅଜିଙ୍କ୍ୟ ରାହାଣେ, ଶିବମ ଦୁବେ, ମୋଇନ୍ ଅଲ୍ଲୀ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା, ଦୀପକ ଚହର, ତୁଷାର ଦେଶପାଣ୍ଡେ, ମହେଶ ତୀକ୍ଷ୍‌ଣା, ମଥିସା ପଥିରଣା।

ଗୁଜରାଟ ଟାଇଟନ୍ସ ସମ୍ଭାବ୍ୟ ଦ୍ବାଦଶ: ରିଦ୍ଧିମାନ ଶାହ, ଶୁବମନ ଗିଲ୍‌, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ୍‌ ମିଲର, ବିଜୟ ଶଙ୍କର, ରାହୁଲ ତିୱାତିଆ, ରସିଦ ଖାନ୍‌, ନୂର ଅହମ୍ମଦ, ମହମ୍ମଦ ସାମି, ମୋହିତ ଶର୍ମା, ଜୋସ୍‌ ଲିଟଲ/ ଦାସୁନ ଶଣକା।

Leave A Reply

Your email address will not be published.