Odisha Link
Bridging the Missing Links in Odisha

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭିତ୍ତିଭୂମି ସୁଦୃଢ ହେବା ପାଇଁ ବୈଠକରେ ମୁଖ୍ୟ ଗୁରୁତ୍ୱ ରହିବ ବୋଲି କୁହାଯାଉଛି।

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ମିଳିଛି। ତେବେ ରାଜ୍ୟ କ୍ୟାବିନେଟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ ବୈଠକରେ ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିବ। ୧୦ରୁ ଅଧିକ ପ୍ରସ୍ତାବ ଉପରେ କ୍ୟାବିନେଟରେ ଆଲୋଚନା ହେବ। ଭିତ୍ତିଭୂମି ସୁଦୃଢ ହେବା ପାଇଁ ବୈଠକରେ ମୁଖ୍ୟ ଗୁରୁତ୍ୱ ରହିବ ବୋଲି କୁହାଯାଉଛି।

ଅନ୍ୟପଟେ, ଆଜି ନବୀନଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୁରା ହୋଇଛି। ଆଉ ଗୋଟିଏ ବର୍ଷ ବିଜେଡି ହାତରେ ଅଛି। ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୁରା କରିବାକୁ ଯୋଜନା କରିଛି। ଏଥିପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ହେବାର ଅଛି କ୍ୟାବିନେଟ୍ ବୈଠକରେ ଗରିବ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ‘ମୋ ଘର’ ଯୋଜନାକୁ ସ୍ୱୀକୃତି ମିଳିବ ବୋଲି ସୂଚନା ମିଳିଛି। ଏହାସହ ଆହୁରି ଅନେକ ବଡ ବଡ଼ ନିଷ୍ପତିରେ ମୋହର ମାରିପାରନ୍ତି ନବୀନ।

Leave A Reply

Your email address will not be published.