Odisha Link
Bridging the Missing Links in Odisha

ଆଜିଠୁ +୨ ନାମଲେଖା ଆବେଦନ ଆରମ୍ଭ, ୬୭ କଲେଜରେ ନାମଲେଖା ନେଇ କଟକଣା 

୨୯ ଜୁଲାଇରୁ +୨ ପ୍ରଥମ ବର୍ଷ ପାଠ ପଢ଼ା ଆରମ୍ଭ ହେବ ବୋଲି ସୂଚନା ଜାରି ହୋଇଛି।

ଓଏଲ୍‌ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା। ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ସାମ୍ସ୍ ପୋର୍ଟାଲରେ ଅନଲାଇନ ଆବେଦନ କରିବେ ବୋଲି ସୂଚନା ରହିଛି। ମେ ୨୯ରୁ ଆରମ୍ଭ ହୋଇ ଜୁନ୍ ୨୦ ଯାଏଁ ଆବେଦନ କରିବେ ଛାତ୍ରଛାତ୍ରୀ। ୨୮ ଜୁନରେ ପ୍ରକାଶ ପାଇବ ପ୍ରଥମ କଟ୍‌ ଅଫ ତାଲିକା। ୨୯ ଜୁନରୁ ୫ ଜୁଲାଇ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ। ୨୯ ଜୁଲାଇରୁ +୨ ପ୍ରଥମ ବର୍ଷ ପାଠ ପଢ଼ା ଆରମ୍ଭ ହେବ ବୋଲି ସୂଚନା ଜାରି ହୋଇଛି। www.samsodisha.gov.in ରେ ଛାତ୍ରଛାତ୍ରୀ ନାମଲେଖା ଆବେଦନ କରିପାରିବେ।

ଖବର ଅନୁସାରେ, ମେ ୧୮ ପ୍ରକାଶ ପାଇଥିଲା ମାଟ୍ରିକ୍ ରେଜଲ୍ଟ। ଚଳିତ ବର୍ଷ ପାସ୍ ହାର ୯୬ ପ୍ରତିଶତରୁ ଅଧିକ। ପୁଣି ପାସ୍ ହାରରେ ଆଗରେ ରହିଲେ ଛାତ୍ରୀ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଚଳିତବର୍ଷ ଅଧିକ। ଏଥର ୯୭.୦୫ ପ୍ରତିଶତ ଛାତ୍ରୀଙ୍କର ରହିଛି ପାସ୍ ହାର। ଏପଟେ ଛାତ୍ରଙ୍କ ପାସ୍  ହାର ଅଛି ୯୫.୭୫ ପ୍ରତିଶତ। ତେବେ ମୋଟ୍ ୫ଲକ୍ଷ ୧୬ ହଜାର ୪୨୬ ଜଣ ପିଲା ପାସ୍ କରିଛନ୍ତି।

ଅନ୍ୟପଟେ, ରାଜ୍ୟର ୬୭ଟି ଯୁକ୍ତ୨ କଲେଜରେ ନାମଲେଖା‌ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଲଗାତାର ଦୁଇ ବର୍ଷ ଧରି ଜଣେ ବି ଛାତ୍ରଛାତ୍ରୀ କଲେଜଗୁଡ଼ିକରେ ନାମ ଲେଖାଇ ନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। କଟକଣା ଲାଗିଥିବା କଲେଜଗୁଡ଼ିକ ମଧ୍ୟରୁ ୫୦ଟି ସେଲ୍ଫ ଫାଇନାନ୍ସିଂ ରହିଛି। ରାଜ୍ୟ ସରକାରଙ୍କ ଅନ୍ୟାନ୍ୟ ବିଭାଗ ଅଧୀନରେ ଥିବା ୧୪ଟି କଲେଜରେ ନାମଲେଖା ଲାଗି ଏବର୍ଷ ଅନୁମତି ଦିଆଯାଇ ନାହିଁ। ଏଥିସହ ଅଣଅନୁଦାନପ୍ରାପ୍ତ ୩ କଲେଜ ଉପରେ ମଧ୍ୟ କଟକଣା ଲାଗିଛି।

Leave A Reply

Your email address will not be published.