Odisha Link
Bridging the Missing Links in Odisha

ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି, ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର ସହରର ତାପମାତ୍ରା

ଦିନ ୨ଟା ୩୦ ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର ସହରର ତାପମାତ୍ରା।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ଦିନ ୨ଟା ୩୦ ସୁଦ୍ଧା ୪୩ ଡିଗ୍ରୀ ଛୁଇଁଲା ସମ୍ବଲପୁର ସହରର ତାପମାତ୍ରା।

ସେହିଭଳି ଭୁବନେଶ୍ବର ୩୭.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ହୀରାକୁଦରେ ୪୧.୮, ଝାରସୁଗୁଡ଼ାରେ ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି। ବାଲେଶ୍ବରରେ ୩୪.୨, ଚାନ୍ଦବାଲିରେ ୩୬.୮ ଡିଗ୍ରୀ, ଗୋପାଳପୁରରେ ୩୩.୬, ପୁରୀରେ ୩୩.୮ ଡିଗ୍ରୀ, ପାରାଦୀପରେ ୩୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଅନ୍ୟପଟେ, ଦିନ ସାଢ଼େ ୧୧ଟାରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ସର୍ବାଧିକ ୩୯.୪ ଡିଗ୍ରୀ ରେକର୍ଡ ହୋଇଥିଲା। ହୀରାକୁଦରେ ୩୯.୨, ଭୁବନେଶ୍ବରରେ ୩୭ ଡିଗ୍ରୀ, ଚାନ୍ଦବାଲିରେ ୩୭.୦, କେନ୍ଦୁଝରରେ ୩୬.୨ ଡିଗ୍ରୀ, ବାଲେଶ୍ବରରେ ୩୫.୬, ପୁରୀରେ ୩୫.୪ ଡିଗ୍ରୀ, ଗୋପାଳପୁରରେ ୩୩.୮, ପାରାଦୀପରେ ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।

Leave A Reply

Your email address will not be published.