Odisha Link
Bridging the Missing Links in Odisha

ତାତିରୁ ନାହିଁ ତ୍ରାହି, ରାଜ୍ୟର ଅନେକ ଜିଲ୍ଲାରେ ଦିନ ତାପମାତ୍ରା ୩୯ ଡିଗ୍ରୀ ପାର୍

ଦିନ ସାଢ଼େ ୧୧ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ପୁଣି ଅସହ୍ୟ ହେଲାଣି ତାତି। ବଢ଼ିବାରେ ଲାଗିଛି ତାପମାତ୍ରା। ରାଜ୍ୟରେ ଆହୁରି ମଧ୍ୟ ଅତ୍ୟଧିକ ତାତି ଅନୁଭୂତ ହେବ ବୋଲି ସୂଚନା ମିଳିଛି। ୨ରୁ ୩ ଡିଗ୍ରୀ ଯାଏ ବଢ଼ିବ ଦିନ ତାପମାତ୍ରା। କିଛି ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ। ଦିନ ସାଢ଼େ ୧୧ ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୯.୪ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିଭଳି ଦିନ ସାଢ଼େ ୧୧ଟାରେ ସମ୍ବଲପୁର ଓ ଝାରସୁଗୁଡ଼ାରେ ସର୍ବାଧିକ ୩୯.୪ ଡିଗ୍ରୀ ରେକର୍ଡ ହୋଇଛି। ହୀରାକୁଦରେ ୩୯.୨, ଭୁବନେଶ୍ବରରେ ୩୭ ଡିଗ୍ରୀ, ଚାନ୍ଦବାଲିରେ ୩୭.୦, କେନ୍ଦୁଝରରେ ୩୬.୨ ଡିଗ୍ରୀ, ବାଲେଶ୍ବରରେ ୩୫.୬, ପୁରୀରେ ୩୫.୪ ଡିଗ୍ରୀ, ଗୋପାଳପୁରରେ ୩୩.୮, ପାରାଦୀପରେ ୩୩.୪ ଡିଗ୍ରୀ।

Leave A Reply

Your email address will not be published.