Odisha Link
Bridging the Missing Links in Odisha

ଜମ୍ମୁ-କାଶ୍ମୀରରେ ଅଘଟଣ: ପୋଲ ତଳକୁ ବସ୍ ଖସି ୧୦ ମୃତ, ୩୦ ଆହତ

ପାଖାପାଖି ୪୦ରୁ ଅଧିକ ଯାତ୍ରୀ ନେଇ ବସଟି ଯାଉଥିବା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଯାଇଛି।

ଓଏଲ୍‌ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଘଟିଥିବା ବଡ ଧରଣର ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଅମ୍ରିତସରରୁ କତାର ଯାଉଥିବା ବେଳେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ପାଖାପାଖି ୪୦ରୁ ଅଧିକ ଯାତ୍ରୀ ନେଇ ବସଟି ଯାଉଥିବା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିଯାଇଛି।

ଅମ୍ରିତସରରୁ କତାର ଯାଉଥିବା ବେଳେ ବସ୍ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। ସଡକ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଡେପୁଟି କମିଶନରଙ୍କ ସୂଚନା ଦେଇଛନ୍ତି। ମୃତାହତଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.