Odisha Link
Bridging the Missing Links in Odisha

ଗ୍ରୀଷ୍ମପ୍ରବାହ ସମୟରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ପାଇଁ ଅଭିଯୋଗ, ଜାଣନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଅତ୍ୟଧିକ ଗ୍ରୀଷ୍ମପ୍ରବାହ ହେତୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବା ପାଇଁ କୋର୍ଟରେ ଆବେଦନ ହୋଇଥିଲା।

ଓଏଲ୍‌ ବ୍ୟୁରୋ: ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିବ କି ନାହିଁ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଛୁଟିଦିନ ବ୍ୟତୀତ ଅନ୍ୟ ଦିନରେ ଖୋଲା ରହୁଛି ଅଙ୍ଗନବାଡ଼ି। ଅତ୍ୟଧିକ ଗ୍ରୀଷ୍ମପ୍ରବାହ ହେତୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ କରିବା ପାଇଁ କୋର୍ଟରେ ଆବେଦନ ହୋଇଥିଲା।

ଏହି ମାମଲାରେ ୨ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପିଟିସନରଙ୍କ ଆବେଦନ ଆଧାରରେ ନିଷ୍ପତ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୨ ସପ୍ତାହରେ ନିଷ୍ପତ୍ତି ନେବାକୁ କହି ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ।

ଖବର ଅନୁସାରେ, ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଥଲେ ସରକାର। ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ନେବେ ନିଷ୍ପତ୍ତି ବୋଲି କହିଥିଲେ। କିଛି ଜିଲ୍ଲାରେ ୪୦ ଡିଗ୍ରୀ ପରେ ତାପମାତ୍ରା ଅନୁଭୂତ ହେଉଥିଲେ ମଧ୍ୟ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହୋଇନାହିଁ। ଯାହାକୁ ନେଇ କୋର୍ଟରେ ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.