Odisha Link
Bridging the Missing Links in Odisha

ୟୁଜିସି ଷ୍ଟାଣ୍ଡିଂ କମିଟିକୁ ମିଳିଲା ନୂଆ ଅଧ୍ୟକ୍ଷ, ଦାୟିତ୍ତ୍ୱ ନେଲେ ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍

ନିଯୁକ୍ତି ପାଇଲେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସ।

ଓଏଲ୍‌ ବ୍ୟୁରୋ: ୟୁଜିସି ଷ୍ଟାଣ୍ଡିଂ କମିଟିକୁ ମିଳିଲା ନୂଆ ଅଧ୍ୟକ୍ଷ। ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସଙ୍କୁ ମିଳିଲା ଅଧ୍ୟକ୍ଷ ଦାୟିତ୍ତ୍ୱ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇଲେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସ। ଏହି କମିଟିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୯ ଜଣିଆ ଶିକ୍ଷାବିତ୍ ରହିଛନ୍ତି।

ପ୍ରଫେସର ଦାସ ଦେଶରେ ଉଚ୍ଚ ଶିକ୍ଷାକୁ ଉନ୍ନତମାନର କରିବା ତଥା ୟୁଜିସି ନିୟମାବଳୀକୁ କଡ଼ାକଡ଼ି ଭାବେ ଦେଶର ସମସ୍ତ ଶିକ୍ଷା ଅନୁଷ୍ଠାନରେ ପାଳନ କରାଇବାର ଏତେ ବଡ଼ ଗୁରୁ ଦାୟିତ୍ବ ନେଇଥିବାରୁ ୟୁଜିସିକୁ ଆନ୍ତରିକତାର ସହିତ ଧନ୍ୟବାଦ ଜଣାଇଛନ୍ତି। ଉଚ୍ଚଶିକ୍ଷାର ଗୁଣବତ୍ତା ସୁଦୃଢ଼ କରିବା ଏବଂ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓଡ଼ିଶାର ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କ୍ଷୀତି ଭୂଷଣ ଦାସଙ୍କୁ ଏକ ଉଚ୍ଚସ୍ତରୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି।

Leave A Reply

Your email address will not be published.