Odisha Link
Bridging the Missing Links in Odisha

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଛାତ୍ରୀ ମୃତ୍ୟୁ ଘଟଣା: ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ଶେଷରେ ନିଖୋଜ ଛାତ୍ରୀଙ୍କ ମୃତଦେହ ମିଳିଥିଲା।

ଓଏଲ୍‌ ବ୍ୟୁରୋ: ଗତକାଲି ଗଞ୍ଜାମ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଥିବା ୨ ଜଣ ଛାତ୍ରୀଙ୍କ ପରିବାରକୁ ମଧ୍ୟ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇଥିଲେ ଦୁଇ ଛାତ୍ରୀ। ସମୁଦ୍ରରେ ବୁଡ଼ି ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ନିଖୋଜ ଥିବା ଜଣା ପଡିଥିଲା। ପରେ ଉଦ୍ଧାର କାମରେ ଏୟାରକ୍ରାଫ୍ଟ ନିୟୋଜିତ କରାଯାଇଥିଲା। ଶେଷରେ ନିଖୋଜ ଛାତ୍ରୀଙ୍କ ମୃତଦେହ ମିଳିଥିଲା।

ଅନ୍ୟପଟେ, ମାଲକାନଗିରିରେ କାଳବୈଶାଖୀରେ ଭିନ୍ନ ଭିନ୍ନ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମାଲକାନଗିରରେ ୪ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତିା ସ୍ୱତନ୍ତ୍ର ରିଲିଫ କମିସନରଙ୍କ ପକ୍ଷରୁ ଏହି ସହାୟତା ଯୋଗାଇ ଦିଆଯିବ।

ମାଲକାନଗିରି ସତୀଗୁଡ଼ା ଜଳ ଭଣ୍ଡାରରେ ଡଙ୍ଗା ବୁଡ଼ି ଘଟଣାରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜଳ ଭଣ୍ଡାରରେ ନିଖୋଜ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏପର୍ଯ୍ୟନ୍ତ ଆଉ ଜଣଙ୍କ ପତା ମିଳୁନାହିଁ। ସେପଟେ କାଳବୈଶାଖୀ ପ୍ରଭାବରେ ମାଲକାନଗିରି ସହରରେ ଏୟାରଷ୍ଟ୍ରିପ କାନ୍ଥ ଭୁଶୁଡି ୨ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଛନ୍ତି।

Leave A Reply

Your email address will not be published.