Odisha Link
Bridging the Missing Links in Odisha

ଅସହ୍ୟ ତାତିରେ ଲାଗିବ ବ୍ରେକ୍! ଝଡ଼ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଓଏଲ୍‌ ବ୍ୟୁରୋ: ଗୋଟେ ପଟେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେଉଥିବାବେଳେ ଝଡ଼ବର୍ଷା ସହ ବଜ୍ରପାତ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଂଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, କନ୍ଧମାଳ, ଗଜପତି, ଗଂଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପଟେ, ତତଲା କଡେଇରେ ସିଝୁଛି ସାରା ରାଜ୍ୟ। ପ୍ରବଳ ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଛନ୍ତି ଓଡ଼ିଶାବାସୀ। ଆଜି ଦିନ ସାଢ଼େ ୧୧ଟାରେ ୪୧ ଛୁଇଁଲା ସମ୍ବଲପୁର ସହରର ତାପମାତ୍ରା। ଝାରସୁଗୁଡ଼ା ୪୦.୬, ଭୁବନେଶ୍ବର ଓ ହୀରାକୁଦ ୩୯.୬, ଚାନ୍ଦବାଲି ୩୮.୬, ବାଲେଶ୍ବର ୩୭.୮, କେନ୍ଦୁଝର ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.