Odisha Link
Bridging the Missing Links in Odisha

ଆନ୍ଦୋଳନରୁ ଓହରିଯିବାକୁ ମୁଖ୍ୟ ସଚିବ ଅନୁରୋଧ କରିଥିଲେ: ଅମଲା ସଂଘର ସହସମ୍ପାଦକ

ଆମର ଦାବି କେବେ ପୂରଣ ହେବ, ନିର୍ଦ୍ଦିଷ୍ଟ ଭାବେ କିଛି କହିଲେନି।

ଓଏଲ୍‌ ବ୍ୟୁରୋ: ଗ୍ରେଡ ପେ ବୃଦ୍ଧି ଦାବିରେ ଗତକାଲିଠାରୁ ଅମଲା ସଂଘର ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହି ପ୍ରସଙ୍ଗକୁ ନେଇ ମୁଖ୍ୟ ସଚିବଙ୍କ ସହ ଅମଲା ସଂଘର ପ୍ରତିନିଧି ଆଲୋଚନା କରିଥିବା ଜଣା ପଡିଛି। ବୈଠକ ପରେ ଅମଲା ସଂଘର ସହସମ୍ପାଦକ ନରେଶ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି। ଅମଲା ସଂଘର ସହସମ୍ପାଦକ କହିଛନ୍ତି, ଆମକୁ କୌଣସି ଲିଖିତ ପ୍ରତିଶ୍ରୁତି ମିଳିଲା ନାହିଁ।

ଆନ୍ଦୋଳନରୁ ଓହରିଯିବାକୁ ମୁଖ୍ୟ ସଚିବ ଅନୁରୋଧ କରିଥିଲେ ବୋଲି କହିଛନ୍ତି ନରେଶ ମହାପାତ୍ର। ଆମର ଦାବି କେବେ ପୂରଣ ହେବ, ନିର୍ଦ୍ଦିଷ୍ଟ ଭାବେ କିଛି କହିଲେନି। ଆଜି ଆମେ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବୁ। ତାପରେ ଆନ୍ଦୋଳନ ଗତିବିଧି କଣ ହେବ ସେନେଇ ନିଷ୍ପତ୍ତି ନେବୁ ବୋଲି ଅମଲା ସଂଘର ସହସମ୍ପାଦକ କହିଛନ୍ତି।

Leave A Reply

Your email address will not be published.