Odisha Link
Bridging the Missing Links in Odisha

ଆଜି ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ, ଜାଣନ୍ତୁ ଛାତ୍ରଛାତ୍ରୀ କେମିତି ଜାଣିବେ ଫଳାଫଳ

ଚଳିତ ବର୍ଷ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ଓଏଲ୍‌ ବ୍ୟୁରୋ: ଆଜି ପ୍ରକାଶ ପାଇବ ଓଡିଶା ଜଏଣ୍ଟ ଏଣ୍ଟ୍ରାନ୍ସ ପରୀକ୍ଷା ଫଳ। ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ ଓଜେଇଇ ରେଜଲ୍ଟ। ତେବେ ଓଜେଇଇ ୱେବସାଇଟ ଜରିଆରେ ରେଜଲ୍ଟ ମିଳିପାରିବ। ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଫଳ ପ୍ରକାଶ କରିବେ। ଚଳିତ ବର୍ଷ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ଗତ ମେ’ ୮ରୁ ମେ’ ୧୫ ପର୍ଯ୍ୟନ୍ତ ହୋଇଥିଲା ପରୀକ୍ଷା। ଏଥିପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ସହ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା। ଏହି ପରୀକ୍ଷା ଫଳ ଜାଣିବା ପାଇଁ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ଓଜେଇଇ ୱେବସାଇଟରେ ଯାଇ ଚେକ କରିପାରିବେ। ଛାତ୍ରଛାତ୍ରୀ ମାନେ ଓଜେଇଇର ୱେବସାଇଟ www.ojee.nic.in ରେ ଯାଇ ନିଜର ଏଣ୍ଟ୍ରାନ୍ସ ପରୀକ୍ଷା ଫଳ ଜାଣିପାରିବେ।

Leave A Reply

Your email address will not be published.