Odisha Link
Bridging the Missing Links in Odisha

ବାଲେଶ୍ବର ଟ୍ରେନ୍‌ ଦୁର୍ଘଟଣା: ସ୍ଥିତି ଅନୁଧ୍ୟାନ ପାଇଁ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ମୋଦି

ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ବାହନଗା ରେଳ ଦୁର୍ଘଟଣାର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି।

ଓଏଲ୍‌ ବ୍ୟୁରୋ: ବାହାନଗାର ଟ୍ରେନ୍‌ ଦୁର୍ଘଟଣାକୁ ନେଇ ସ୍ଥିତି ସମୀକ୍ଷା କରିବା ପାଇଁ ବାଲେଶ୍ୱରରେ ପହଁଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଶ୍ଚିମବଙ୍ଗର କଲେଇକୁଣ୍ଡାରୁ ଦୁର୍ଘଟଣାସ୍ଥଳକୁ ଆସିଲେ ମୋଦି। ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ ପୁଣି କଲେଇକୁଣ୍ଡା ଫେରିଯିବେ। ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଶେଷ ହୋଇଛି ଉଦ୍ଧାର କାର୍ଯ୍ୟ। ଏଥିସହ ୯୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ଅନ୍ୟପଟେ, ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ବାହନଗା ରେଳ ଦୁର୍ଘଟଣାର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଗୃହ ମନ୍ତ୍ରୀ ଅମିତ ଶାହା ସମୀକ୍ଷା ବୈଠକରେ ସାମିଲ। ଏନଡିଆରଏଫ ଡିଜି ଏବଂ ବରିଷ୍ଠ ରେଳ ଅଧିକାରୀ ସାମିଲ ଥିବା ସୂଚନା। ଏହି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାର ସ୍ତିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିଛନ୍ତି ପିଏମ୍ ମୋଦି।

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ପରିସ୍ଥିତିକୁ ଦେଖି ଏହି ରୁଟରେ ଯିବାକୁ ଥିବା ୩୩ ଟ୍ରେନକୁ ବାତିଲ କରାଯାଇଛି। ତେବେ ବାତିଲ ହୋଇଥିବା ଟ୍ରେନ ଗୁଡିକ କେତେବେଳେ ଯାତ୍ରା ଆରମ୍ଭ କରିବ ଏନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ।

ସୂଚନାଯୋଗ୍ୟ, ଗତକାଲି ପ୍ରାୟ ୭ଟା ୧୫ ମିନିଟ୍‌ ସମୟରେ ବାହାନଗା ଷ୍ଟେସନ ନିକଟ ଦେଇ ହାୱଡାରୁ ଚେନ୍ନାଇ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ୍ ପାସ୍‌ କରୁଥିବା ବେଳେ କୌଣସି କାରଣରୁ ଏହା ଲାଇନ୍‌ ଚ୍ୟୁତ୍‌ ହୋଇ ପାଖରେ ଅନ୍ୟ ଲାଇନ୍‌ରେ ଠିଆ ହୋଇଥିବା ଦୁଇଟି ମାଲଗାଡ଼ି ସହ ଧକ୍କା ହୋଇଥିଲା।

ଠିକ୍‌ ଏହି ସମୟରେ ଅନ୍ୟ ଏକ ଲାଇନ୍‌ ଦେଇ ଯଶବନ୍ତପୁର-ହାୱାଡ଼ା ସୁପରଫାଷ୍ଟ ଏକ୍ସପ୍ରେସ୍‌ର ଦ୍ରୁତଗତିରେ ପାସ୍ କରୁଥିଲା। ଏହି ଟ୍ରେନ୍‌ ଲାଇନ୍‌ ଉପରେ ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ୍‌ର ବଗି ପଡ଼ିବାରୁ ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା।

Leave A Reply

Your email address will not be published.