Odisha Link
Bridging the Missing Links in Odisha

ବିହାର: ଭୁଶୁଡ଼ି ପଡ଼ିଲା ୧୭୦୦ କୋଟିର ପୋଲ

ଓଏଲ୍‌ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଲୋକଙ୍କ ମନରୁ ଲଭିନଥିବା ବେଳେ ଆଉ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ବିହାରରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଇଥିବା ୪ ଲେନ ବିଶିଷ୍ଟ ନିର୍ମାଣଧୀନ ବ୍ରିଜ ଭୁଷୁଡି ପଡିଛି। ଯାହାର ଭିିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ରିଜର ୪ରୁ ୫ ଟି ଖୁଣ୍ଟ ଭୁଷୁଡି ପଡିଛି। ଉଦଘାଟନ ହେବା ପୂର୍ବରୁ ହିଁ ପୋଲ ଭୁଶୁଡ଼ି ଯାଇଛି।

ସବୁଠୁ ବଡ଼କଥା ଏହାକି ଯେ, ଏହି ପୋଲଟି ୧୭୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା। ଏହାପୂର୍ବରୁ ମଧ୍ୟ ଏହି ସେତୁ ଥରେ ଭୁଶୁଡ଼ି ଥିଲା। ଏହି ଘଟଣାକୁ ମିଶାଇ ଦ୍ବିତୀୟ ଥର ପାଇଁ ଏହି ପୋଲଟି ଭାଙ୍ଗି ଯାଇଛି।

ଅନ୍ୟପଟେ ଏହି ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିର୍ମାଣଧୀନ ସେତୁ ଭୁଶୁଡ଼ିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଏହି ଘଟଣାରେ ଯେଉଁ ଲୋକ ଦାୟୀ ତାଙ୍କୁ ତୁରନ୍ତ ଚିହ୍ନଟ କରିବା ପାଇଁ କହିଛନ୍ତି। ସବୁଠୁ ବଡ଼କଥା ଏହାକି ଯେ, ଖାଗରିଆ-ଅଗୁୱାନି-ସୁଲତାନଗଞ୍ଜ ମଧ୍ୟରେ ୪ବର୍ଷ ପୂର୍ବେ ନିର୍ମାଣ କାମ ଆରମ୍ଭ ହୋଇଥିବା ସେତୁ ଦୁଇ ଦୁଇ ଥର କିପର ଭୁଶୁଡ଼ିଲା ?

Leave A Reply

Your email address will not be published.