Odisha Link
Bridging the Missing Links in Odisha

‘ଲାଇନଚ୍ୟୁତ ହୋଇଥିବା ମାଲବାହୀ ଟ୍ରେନ୍‌ ଭାରତୀୟ ରେଳ ସହିତ ସଂଯୁକ୍ତ ନୁହେଁ’

ଘଟଣାସ୍ଥଳରେ ପୁଲିସ ଏବଂ ରେଳ କର୍ମଚାରୀ ତଦନ୍ତ ପରେ ସ୍ପଷ୍ଟ କାରଣ ସାମ୍ନାକୁ ଆସିଛି।

ଓଏଲ୍‌ ବ୍ୟୁରୋ: ଗତ ଶୁକ୍ରବାରର ଘଟଣା ପରେ ଆଜି ବରଗଡ଼ରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ମେଣ୍ଢାପାଲି ନିକଟରେ ୫ଟି ବଗି ଲାଇନଚ୍ୟୁତ୍‌ ହୋଇଛି। ଡୁଙ୍ଗୁରି ଚୂନପଥର ଖଣିରୁ ଆସିବା ବେଳେ ଦୁର୍ଘଟଣା ହୋଇଛି। ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିଲା ମାଲବାହୀ ଟ୍ରେନ। ଦୁର୍ଘଟଣାରେ କେହି ଆହତ ହୋଇ ନଥିବା ସୂଚନା ରହିଛି। ଘଟଣାସ୍ଥଳରେ ପୁଲିସ ଏବଂ ରେଳ କର୍ମଚାରୀ ତଦନ୍ତ ପରେ ସ୍ପଷ୍ଟ କାରଣ ସାମ୍ନାକୁ ଆସିଛି।

ଲାଇନଚ୍ୟୁତ ହୋଇଥିବା ମାଲବାହୀ ଟ୍ରେନ୍‌ ଭାରତୀୟ ରେଳ ସହିତ ସଂଯୁକ୍ତ ନୁହେଁ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏକ ଘରୋଇ ସିମେଣ୍ଟ କମ୍ପାନୀର ଏକ ସଂକୀର୍ଣ୍ଣ ଗେଜ୍ ସାଇଡିଂ। ସମସ୍ତ ଭିତ୍ତିଭୂମି କେବଳ କମ୍ପାନୀ ଦ୍ୱାରା ପରିଚାଳିତ ହେଉଛି। ଏହି ପ୍ରସଙ୍ଗରେ ଭାରତୀୟ ରେଳ ବିଭାଗର କୌଣସି ଭୂମିକା ନଥିବା ରେଳ ବିଭାଗ ପକ୍ଷରୁ ସୂଚନା ରହିଛି।

Leave A Reply

Your email address will not be published.