Odisha Link
Bridging the Missing Links in Odisha

ଭୟଭୀତ ଯାତ୍ରୀ, ବ୍ରହ୍ମପୁର ଷ୍ଟେସନରେ ଏକ ଏକ୍ସପ୍ରେସ ଟ୍ରେନ୍‌ରେ ଧୂଆଁ

ଟ୍ରେନର ଏସି କୋଚରେ ସଟସର୍କିଟ ଯୋଗୁଁ ଧୂଆଁ ଲାଗିଥିବା ସୂଚନା।

ଓଏଲ୍‌ ବ୍ୟୁରୋ: ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସ ଟ୍ରେନ୍‌ରେ ଧୂଆଁ ବାହାରିଥିବା ଖବର ସାମ୍ନାକୁ ଆସିଛି। ଏକ୍ସପ୍ରେସ ବି-୫ ବଗିରୁ ଧୂଆଁ ବାହାରିବାରୁ ଭୟରେ ଓହ୍ଲାଇଗଲେ ଯାତ୍ରୀ। ଟ୍ରେନର ଏସି କୋଚରେ ସଟସର୍କିଟ ଯୋଗୁଁ ଧୂଆଁ ଲାଗିଥିବା ସୂଚନା। ୪୫ ମିନିଟ୍ ପରେ ପୁଣି ଟ୍ରେନ୍ ଯ଼ାତ୍ରା ଆରମ୍ଭ କରିଛି।

ଧୂଆଁ ଦେଖି ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇପଡ଼ିଥିଲେ ଯାତ୍ରୀ। ବଗି ପରିବର୍ତ୍ତନ ଦାବିରେ ଓହ୍ଲାଇପଡ଼ିଥିଲେ ଯାତ୍ରୀ। କିଛି ସମୟ ଧରି ଟ୍ରେନ ବ୍ରହ୍ମପୁର ଷ୍ଟେସନରେ ପଡ଼ି ରହିଥିଲା। ସର୍ଟ ସର୍କିଟରୁ ନିଆଁ ଲାଗି ଧୂଆଁ ବାହାରୁଥିବା କୁହାଯାଉଥିବାବେଳେ ଏନେଇ ରେଳ ବିଭାଗ ପକ୍ଷରୁ ଘଟଣା ସ୍ଥଳରେ ତଦନ୍ତ କରାଯାଉଛି।

Leave A Reply

Your email address will not be published.