Odisha Link
Bridging the Missing Links in Odisha

ବାହାନଗା ରେଳ ଦୁର୍ଘଟଣା: କିଛି ଅଧିକାରୀଙ୍କ ମୋବାଇଲ ସିଜ୍ କଲା ସିବିଆଇ

ଘଟଣାର ମୂଳ କାରଣ ଜାଣିବା ପାଇଁ ଜୋରସୋର ତଦନ୍ତ କରୁଛି ସିବିଆଇ।

ଓଏଲ୍‌ ବ୍ୟୁରୋ: ବାହାନଗା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ଜୋରଦାର କଲା ସିବିଆଇ। ଟେକ୍ନିକାଲ ଟିମ୍‌ର ଯାଞ୍ଚ ଭିତରେ କିଛି ଅଧିକାରୀଙ୍କ ମୋବାଇଲ ସିଜ୍ ହୋଇଛି। କଲ୍ ରେକର୍ଡ, ହ୍ବାଟ୍ସଆପ୍ କଲ୍, ସୋସିଆଲ ମିଡିଆ ତଥ୍ୟ ସଂଗ୍ରହ କରାଯାଇଥିବା ସୂଚନା। ଅଧିକାରୀଙ୍କ କଲ୍ ରେକର୍ଡ ଡାଟାକୁ ଅନୁଶୀଳନ କରିବ ସିବିଆଇ। ଚିକିତ୍ସାଧୀନ ଲୋକୋ ପାଇଲଟଙ୍କୁ ମଧ୍ୟ ଜେରା କରିପାରେ ସିବିଆଇ। ଘଟଣାର ମୂଳ କାରଣ ଜାଣିବା ପାଇଁ ଜୋରସୋର ତଦନ୍ତ କରୁଛି ସିବିଆଇ।

ଖବର ଅନୁସାରେ, ଗତ ଶୁକ୍ରବାର ଅର୍ଥାତ ଜୁନ୍‌ ୨ ଠିକ୍‌ ସନ୍ଧ୍ୟା ସମୟରେ ବାଲେଶ୍ବର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଘଟିଥିଲା ଭୟଙ୍କର ଦୁର୍ଘଟଣା। ଯେଉଁଥିରେ ୨୮୮ ଜଣ ପ୍ରାଣ ହରାଇଥିବା ବେଳେ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଭୟଙ୍କର ଦୁର୍ଘଟଣା ଖବର ସାରା ବିଶ୍ୱବାସୀଙ୍କ ମନକୁ ଆନ୍ଦୋଳିତ କରିଦେଇଛି। ବାଲେଶ୍ୱରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାର କାରଣ କଣ ହୋଇପାରେ ଏନେଇ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ତଦନ୍ତ ଦାଇତ୍ୱ ସିବିଆଇ ଟିମ୍ କୁ ଦିଆଯାଇଛି।