ରଜ ପରେ ଓଡ଼ିଶା ଛୁଇଁବ ମୌସୁମୀ! ଆରବ ସାଗରରେ ବାତ୍ୟାର ରୂପ ନେଲା ‘ବିପର୍ଯ୍ୟୟ’
୧୯ ତାରିଖ ପରେ ଓଡ଼ିଶା ଛୁଇଁବା ଛୁଇଁପାରେ ମୌସୁମୀ।

ଓଏଲ୍ ବ୍ୟୁରୋ: ଆରବ ସାଗରରେ ଭୀଷଣ ବାତ୍ୟାର ରୂପ ନେଲା ବିପର୍ଯ୍ୟୟ। ୨୪ ଘଣ୍ଟାରେ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା। ବାତ୍ୟାଯୋଗୁଁ ମୌସୁମୀ ଆସିବାରେ ବିଳମ୍ବ ହେଉଥିବା ଆଶଙ୍କା କରାଯାଉଛି। ୧୯ ତାରିଖ ପରେ ଓଡ଼ିଶା ଛୁଇଁବା ଛୁଇଁପାରେ ମୌସୁମୀ।
ପୁର୍ବରୁ, ଜୁନ୍ ୪ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ ବୋଲି କୁହାଯାଉଥିଲା। ମୌସୁମୀ ସବଳ ହେଲେ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା ଥିଲା। ଯେହେତୁ ଏପର୍ଯ୍ୟନ୍ତ ମୌସୁମୀ କେରଳ ଛୁଇଁ ନାହିଁ ତେବେ କେବେ କେରଳ ଛୁଇଁବ ମୌସୁମୀ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଦେଶରେ ଚାଷୀ ଭାଇମାନେ ବିଶେଷ ଭାବେ ମୌସୁମୀ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ତେଣୁ ମୌସୁମୀ ପହଂଚିବା ପରେ ଯାଇ ଚାଷୀ ଭାଇମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଥାନ୍ତି। ପାଣିପାଗ ବିଭାଗର ପୂର୍ବନାନୁମାନ ମୁତାବକ ଯଦି ମୌସୁମୀ ଆସିବା ଡେରି ହୁଏ ତେବେ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ରହିଥିବା ସୂଚନା ରହିଛି।