Odisha Link
Bridging the Missing Links in Odisha

୧୦ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ, ସାଲୁଜାଙ୍କ ଅଧ୍ୟକ୍ଷତାରେ ୬ଜଣିଆ କମିଟି

ପ୍ରଚାର ଓ ପ୍ରସାର କମିଟି ମୁଖ୍ୟ ହେଲେ ସଂଜୟ ତ୍ରିପାଠୀ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଯାହାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନାଜଳ୍ପନା। ଏହାରି ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ନିଜର ରାଜନୈତିକ ଗୋଟି ଚଳାଇବା ଆରମ୍ଭ କଲେଣି। ଏହାରି ମଧ୍ୟରେ ପିସିସି ଶୃଙ୍ଖଳା କମିଟି ପୁନଃଗଠନ କଲା ଏଆଇସିସି। ୧୦ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ। ସୁରେଶ କୁମାର ଆଜାଦଙ୍କୁ ନୂଆପଡ଼ା, କେନ୍ଦୁଝରରେ ମୋହନ ପରିଡ଼ା, ପୁରୀରେ ଜୟରାମ ପଟ୍ଟନାୟକ, ଭଦ୍ରକରେ ଅଶୋକ ଦାସଙ୍କୁ, ଅନୁଗୁଳରେ ସଂଗ୍ରାମ ମିଶ୍ର, ସମ୍ବଲପୁରରେ ଆସିଫ ଅଲ୍ଲୀ ଖାଁ, ସୁନ୍ଦରଗଡ଼ରେ ଦର୍ନାଦନ ଦେହୁରୀ, କୋରାପୁଟରେ ଦୁର୍ଗା ଶଙ୍କର ସାହୁ, ରାୟଗଡ଼ାରେ ବିଜୟ କୁମାର ଗମାଙ୍ଗ, ଦେଓଗଡ଼ରେ ସେମ ହେମ୍ବ୍ରମଙ୍କୁ ଦାଇତ୍ୱ ଦିଆଯାଇଛି।

ଏହା ସହ ପଞ୍ଚାନନ କାନୁନଗୋ ହେଲେ ପିସିସି ଇସ୍ତାହାର କମିଟିର ଅଧ୍ୟକ୍ଷ। କାର୍ଯ୍ୟକ୍ରମ କ୍ରିୟାନ୍ୱୟନ କମିଟି ଅଧ୍ୟକ୍ଷ ହେଲେ ଯଜ୍ଞେଶ୍ୱର ବାବୁ। ପ୍ରଚାର ଓ ପ୍ରସାର କମିଟି ମୁଖ୍ୟ ହେଲେ ସଂଜୟ ତ୍ରିପାଠୀ। ଜିଲ୍ଲା ସଭାପତି ପଦ ନେଇ ଛକାପଞ୍ଝା ହୋଇଥିଲେ ତାରା ବାହିନୀପତି ଓ ସପ୍ତଗିରି ଉଲାକା ଗୋଷ୍ଠୀ।

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟି ଗଠିତ କରାଯାଇଛି। ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ କମିଟିର ଆବାହକ ନିଯୁକ୍ତ କରାଯାଇଥିବାବେଳେ କମିଟିରେ ଭୁଜବଳ ମାଝୀ, ରାଜେନ୍ଦ୍ର ଛତ୍ରିଆ, ଦେବେନ୍ଦ୍ର ସାହୁ ଏବଂ ପ୍ରତିମା ମଲ୍ଲିକ ସଦସ୍ୟ ଅଛନ୍ତି। ଏହା ସହ କୋରାପୁଟ ଜିଲ୍ଲା ସଭାପତି ପଦରୁ ବାଦ୍ ପଡ଼ିଲେ ମିନାକ୍ଷୀ ବାହିନୀପତି। ମିନାକ୍ଷୀଙ୍କ ଜାଗାରେ ଦୁର୍ଗା ସାହୁ ହେଲେ କୋରାପୁଟ ସଭାପତି।

Leave A Reply

Your email address will not be published.