Odisha Link
Bridging the Missing Links in Odisha

ଏମିତି ବି ମୃତ୍ୟୁ ଆସେ, ମଞ୍ଚରେ ଚାଲିଗଲା ଜୀବନ

ନୃତ୍ୟ ଗୁରୁ ଶ୍ରୀଗଣେଶନ ଦୀପ ପ୍ରଜ୍ଜ୍ୱଳନ କରୁଥିବା ବେଳେ ମଞ୍ଚରେ ପଡ଼ି ଯାଇଥିଲେ।

ଓଏଲ୍ ବ୍ୟୁରୋ: ମୃତ୍ୟୁ କେତେବେଳେ କେମିତି ଆସେ ଜଣା ନଥାଏ। ରାଜଧାନୀରେ ଶୁକ୍ରବାର ମାଲେସିଆରୁ ଆସିଥିବା ଜଣେ ନୃତ୍ୟଗୁରୁଙ୍କର ମୃତ୍ୟୁ ଘଟିଛି। ତାହା ପୁଣି ମଞ୍ଚ ଉପରେ। ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ୩ଦିନ ଧରି ଆୟୋଜିତ ହୋଇଥିବା ଜୟଦେବ ରାଷ୍ଟ୍ରୀୟ ସମାରୋହ ଓ ନବୀନ କଳାକାରର ଶେଷ ସାରେ ଏଭଳି ଅଭଟଣ ଘଟିଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ନୃତ୍ୟ ଗୁରୁ ଶିଳ୍ପୀ ଯୋଗଦେଇଥିଲେ। ଦେଶ ବାହାରୁ ମଧ୍ୟ ବହୁ କଳାକାର ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ। ସାର ପ୍ରଥମ ପର୍ଯ୍ୟାୟରେ ମ୍ୟାଲେସିଆରୁ ଆସିଥିବା ଭାରତ ନାଟ୍ୟମ ନୃତ୍ୟ ଗୁରୁ ଶ୍ରୀଗଣେଶନ ନୃତ୍ୟ ପରିବେଷଣ କରିଥିଲେ।

ଶ୍ରୀଗଣେଶନଙ୍କ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ତା’ପରେ କିଛି ସମୟ ପାଇଁ ବ୍ରେକ ଦିଆଯାଇଥିଲା। ଏହା ପରେ ଦ୍ୱିତୀୟ ପର୍ଯ୍ୟାୟ ନୃତ୍ୟ ପରିବେଷଣ ପାଇଁ ଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ ହୋଇଥିଲା। ଦର୍ଶକଙ୍କ ଭିତରେ ଅତିଥିଙ୍କ ଗହଣରେ ନୃତ୍ୟ ଗୁରୁ ଶ୍ରୀଗଣେଶନ ଦୀପ ପ୍ରଜ୍ଜ୍ୱଳନ କରୁଥିବା ବେଳେ ମଞ୍ଚରେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବୟସ ୬୦ବର୍ଷ। ଶ୍ରୀଗଣେଶନଙ୍କ ମୃତ୍ୟରେ ଶୋକାକୁଳ ପରିବେଷ ସୃଷ୍ଟି ହୋଇଛି।

Leave A Reply

Your email address will not be published.