Odisha Link
Bridging the Missing Links in Odisha

ବର୍ଷକ ତଳେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ଏବେ ସାଂସଦ ପଦରୁ

ଓଏଲ୍‌ ବ୍ୟୁରୋ: ବ୍ରିଟେନ ରାଜନୈତିକ ପାଣିପାଗରେ ଉଷ୍ମତା। ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ୍‌ ଜନସନ ଏବେ ବ୍ରିଟେନର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ପାର୍ଟିଗେଟ୍ ଦୁର୍ନୀତିର ଅନୁସନ୍ଧାନ ରିପୋର୍ଟ ଆସିବା ପରେ ସେ ବ୍ରିଟେନର ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। କରୋନା ଅବଧିରେ ସେ ଲକଡାଉନ୍ ନିୟମକୁ ଖଣ୍ଡନ କରିଥିଲେ। ବ୍ରିଟେନ ସଂସଦରେ ମିଥ୍ୟା ବିବୃତ୍ତି ଦେଇଥିବା ଜନସନଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆସିଥିଲା। ସୂଚନାଥାଉକି, ୨୦୨୨ ମସିହା ଜୁଲାଇ ୭ ତାରିଖରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଥିଲେ ଜନସନ।

୫୮ ବର୍ଷିୟ ଜନସନ ଲକଡାଉନ ନିୟମ ଉଲ୍ଲଂଘନ କରି କୋଭିଡ ମହାମାରୀ ସମୟରେ ଡାଉନ ଷ୍ଟ୍ରିଟରେ ପାର୍ଟି କରିବା ନେଇ ହାଉସ ଅଫ କମନ୍ସ (ବ୍ରିଟିଶ ସଂସଦ) କୁ ବିଭ୍ରାନ୍ତ କରିଥିବା ଅଭିଯୋଗ ଉପରେ ସଂସଦୀୟ କମିଟି ଯାଞ୍ଚ କରିଥିଲା। ଅଧିକାର କମିଟି ପକ୍ଷରୁ ଏକ ଗୁପ୍ତ ଚିଠି ପାଇବା ପରେ ଜନସନ ଶୁକ୍ରବାର ଦିନ ଇସ୍ତଫା ଘୋଷଣା କରିଛନ୍ତି।

ଅନ୍ୟପଟେ ଜଜନସନ ତାଙ୍କୁ ସଂସଦରୁ ବହିଷ୍କାର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି। ଏକ ବିବୃତ୍ତିରେ ସେ କହିଛନ୍ତି ଯେ କମିଟି ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଉପସ୍ଥାପନ କରି ନାହିଁ ଯାହା ମୁଁ ଉଦ୍ଦେଶ୍ୟମୂଳକ କିମ୍ବା ବେପରୁଆ ଭାବରେ ସଂସଦକୁ ବିଭ୍ରାନ୍ତ କରିଛି।

Leave A Reply

Your email address will not be published.