Odisha Link
Bridging the Missing Links in Odisha

୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଛତିଶଗଡ଼ ରାଜ୍ୟପାଳ

ରାଜ୍ୟପାଳ ଭାବେ ଶପଥ ନେବା ପରେ ଓଡ଼ିଶା ଗସ୍ତରେ ଆସିବା ତାଙ୍କର ପ୍ରଥମ

ଓଏଲ୍‌ ବ୍ୟୁରୋ: ଜୁନ୍‌ ୧୪ରୁ ଓଡ଼ିଶା ଗସ୍ତରେ ଆସିବେ ଛତିଶଗଡ଼ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ। ସେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ଏସ୍‌ସିବି ଯାଇ ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିବେ। ରାଜ୍ୟପାଳ ଭାବେ ଶପଥ ନେବା ପରେ ଓଡ଼ିଶା ଗସ୍ତରେ ଆସିବା ତାଙ୍କର ପ୍ରଥମ। ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଜୁନ ୧୪ରୁ ଜୁନ ୧୭ ଯାଏଁ ଓଡ଼ିଶା ଆସି ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏହା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି।