Odisha Link
Bridging the Missing Links in Odisha

ଉତ୍ତମ ମହାନ୍ତିଙ୍କ ଏକମାତ୍ର ହିନ୍ଦୀ ଚଳଚ୍ଚିତ୍ର

ବଲିଉଡରେ ସେ ଗୋଟିଏ ଚଳଚ୍ଚିତ୍ର କରିଛନ୍ତି

ଓଏଲ୍ ବ୍ୟୁରୋ: ଓଲିଉଡ ଅଭିନେତା ଉତ୍ତମ ମହାନ୍ତି ଓଡ଼ିଆ ସିନେ ଜଗତକୁ ଅନେକ ଚଳଚ୍ଚିତ୍ର ଭେଟି ଦେଇଛନ୍ତି। ପାଖାପାଖି ୧୩୫ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ରରେ ସେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି। ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ସେ ତାଙ୍କର ଏକ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। କେବଳ ଓଡ଼ିଆ ନୁହଁ ୩୫ ଟି ବଙ୍ଗାଳୀ ସିନେମା ମଧ୍ୟ ସେ କରିଛନ୍ତି। ସେହିପରି ବଲିଉଡରେ ସେ ଗୋଟିଏ ଚଳଚ୍ଚିତ୍ର କରିଛନ୍ତି।

୧୯୯୧ରେ ଜୟା ସରୁପଙ୍କ ନିର୍ଦ୍ଦେଶିତ ବଲିଉଡର ହିନ୍ଦୀ ଡ୍ରାମା ଥ୍ରିଲର ଚଳଚ୍ଚିତ୍ର ‘ନେୟା ଜେହର’ରେ ଅଭିନୟ କରିଛନ୍ତି ଉତ୍ତମ ମହାନ୍ତି। ଏଚଆଇଭିକୁ ନେଇ ଏହା ଭାରତର ପ୍ରଥମ ହିନ୍ଦୀ ଫିଚର୍ ଫିଲ୍ମ ଥିଲା। ଉତ୍ତମ ମହାନ୍ତି ନିଶା କରିବାରେ ଅଭ୍ୟସ୍ତ ଥିଲେ। ପ୍ରତ୍ୟେକ ଦିନ ନିଶା ସେବନରେ ମସଗୁଲ୍ ରହୁଥିଲେ। ଏହି ଆଳରେ ତାଙ୍କୁ ଡ୍ରଗ୍ସ ଦିଆ ଯାଉଥିଲା।

ଏକ ପଥଭ୍ରଷ୍ଟ ଚରିତ୍ରରୁ ଆରମ୍ଭ ହୋଇଥିବା ତାଙ୍କ ଅଭିନୟ ଶେଷ ସମୟରେ ସେ ସବୁ କିଛି ବୁଝିବା ପାଖେ ସରିଥିଲା। ଏହି ଫିଲ୍ମରେ ଉତ୍ତମ ମହାନ୍ତିଙ୍କ ବ୍ୟତୀତ ଅଭିନେତ୍ରୀ ଅଲକା କୁବାଲ, ଶତାବ୍ଦୀ ରାୟ, ଫିରୋଜ ଖାନ୍, ଏକବାଲ୍ ଦୁରାନି, ଡିସ୍କୋ ଶାନ୍ତି ଭଳି ପ୍ରମୁଖ ଭୂମିକାରେ ରହିଛନ୍ତି। ପ୍ରଭିନ ଠାକୁର ଏହାର ପ୍ରଯୋଜକ ଥିଲେ। ଡ୍ରଗ ସ୍ମୁଗ୍ଲିଂ ଓ ଏଚଆଇଭିକୁ ନେଇ ଏହି ଫିଲ୍ମ ଆଧାରିତ।

Leave A Reply

Your email address will not be published.