Odisha Link
Bridging the Missing Links in Odisha

ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ ବଡ଼ ଠାକୁର। ସାରା ବିଶ୍ବ କରିବ ମହାବାହୁଙ୍କ ଦିବ୍ୟ ଦର୍ଶନ। ଘୋଷଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧନା। ପିଏମ୍‌ ମୋଦି ଟ୍ୱିଟ କରି ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଭରିଦେବାକୁ କାମନା କରିଛନ୍ତି।

ଶ୍ରୀଜିଉଙ୍କ ଅପେକ୍ଷାରେ ସିଂହଦ୍ୱାରରେ ରହିଛି ତିନି ରଥ। ପହଣ୍ଡିରେ ଆସି ରଥାରୁଢ ହେଲା ପରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ଜଗନ୍ନାଥ। ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରେରେ ଭବ୍ୟ ପ୍ରସ୍ତୁତି ହୋଇଥିବା ବେଳେ, କଡ଼ା ସୁରକ୍ଷା ବଳୟରେ ରହିଛି ବଡ଼ ଦାଣ୍ଡ। ଦେଶର କୋଣ ଅନୁକୋଣରୁ ରଥାରୁଢ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଦୌଡ଼ି ଆସିଛନ୍ତି ଶ୍ରଦ୍ଧାଳୁ।

ରଥଖଳାର ପରମ୍ପରା ଅନୁଯାୟୀ ପ୍ରଥମେ ଜଗନ୍ନାଥ ପରେ ସୁଭଦ୍ରା ଓ ଶେଷରେ ବଳଭଦ୍ରଙ୍କ ରଥ ଟଣା ହୋଇଥାଏ। ଶ୍ରୀଗୁଣ୍ଡିଚା ଦିନ ପ୍ରତ୍ୟୁଷରୁ ଠାକୁରମାନଙ୍କର ମଙ୍ଗଳ ଆଳତି, ମଇଲମ, ଅବକାଶ, ରୋଷହୋମ, ସୂର୍ଯ୍ୟ ପୂଜା, ଇତ୍ୟାଦି ନୀତି ସେହି ଦିନର ପାଳିଆ ସେବକମାନଙ୍କ ଦ୍ୱାରା ହୋଇଥାଏ। ଏହାପରେ ଏକାଠି ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚେଡି ଭୋଗ) ପୂଜା ହୁଏ।

Leave A Reply

Your email address will not be published.