Odisha Link
Bridging the Missing Links in Odisha

ଆଉ କିଛି ସମୟରେ ଆସିବେ ଶ୍ରୀଜିଉ; ରଥ, ପଥ, ଭକ୍ତ ସମସ୍ତେ କରିଛନ୍ତି ଅପେକ୍ଷା  

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ଯାତ୍ରା। ଏଥିପାଇଁ ବଡ଼ଠାକୁରଙ୍କ ପାଇଁ ବଡ଼ଦାଣ୍ଡରେ ବିଭୋର ଭକ୍ତଙ୍କ ସମାଗମ। ରଥ,ପଥ ସବୁ ପ୍ରସ୍ତୁତ ଥିବାବେଳେ ଶ୍ରୀଜିଉଙ୍କୁ ସିଂହଦ୍ବାର ଆଗରେ ଅପେକ୍ଷା କରିଛନ୍ତି ତିନି ରଥ। ଆଉ ମାତ୍ର କିଛି ସମୟର ଅପେକ୍ଷା ରତ୍ନ ସିଂହାସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ। ତିନି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର।

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି। ରଥଯାତ୍ରା ନୀତି ନିର୍ଘଣ୍ଟ ଅନୁସାରେ- ଆଜି ସକାଳ ୬ଟାରେ ମଙ୍ଗଳ ଆଳତି ହୋଇଥିବ। ୭ଟା ୧୦ରେ ସୂର୍ଯ୍ୟ ପୂଜା ହେବା ପରେ ସାଢ଼େ ୭ଟାରେ ଦ୍ୱାରପାଳ ପୂଜା ହେବ। ୮ଟାରୁ ୯ଟା ଭିତରେ ଗୋପାଳ ବଲ୍ଳଭ ବା ଖେଚୁଡ଼ି ଭୋଗ ଲାଗି ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା ଓ ସାଢ଼େ ୯ଟାରୁ ଆରମ୍ଭ ହେବ ପହଣ୍ଡି। ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଛେରାପହଁରା ନୀତି ସଂପନ୍ନ ହେବ। ଠିକ୍ ୪ଟାରେ ରଥ ଟଣା ପାଇଁ ସମୟ ସ୍ଥିର ହୋଇଛି।

ବହୁସଂଖ୍ୟାରେ ଭକ୍ତଙ୍କ ଆଗମନ ସମ୍ଭାବନା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ୧୮୭ ପ୍ଲାଟୁନ ଫୋର୍ସ, ୧ହଜାର ପୁଲିସ ଅଧିକାରୀଙ୍କ ଉପରେ ଆଇନଶୃଙ୍ଖଳା ଦାୟିତ୍ବ ନ୍ୟସ୍ତ କରାଯାଇଛି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି।

Leave A Reply

Your email address will not be published.