Odisha Link
Bridging the Missing Links in Odisha

ବୌଦ୍ଧର ବିରଳ ରଥ: ବ୍ୟବହାର ହୁଏ ଏହି ଯାନ୍ତ୍ରିକ କୌଶଳ 

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଶ୍ରୀଜିଉଙ୍କ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରାଜ୍ୟ ଏବଂ ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି। ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି। ତେବେ ପୁରୀ ବ୍ୟତୀତ ସମଗ୍ର ଦେଶ ଓ ରାଜ୍ୟର ଜଗନ୍ନାଥ ପୀଠରେ ବହୁତ ଧୁମଧାମରେ ରଥଯାତ୍ରା ପାଳନ କରାଯାଏ।

କିଛି ଅଜଣା କଥା:

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ପୁରୀର ରଥ ବିଶ୍ବର ସବୁଠୁ ବଡ଼ ରଥ ଓ ଦ୍ବିତୀୟରେ ବାରିପଦା ରଥ କଥା କୁହାଯାଏ। ତେବେ ଆପଣ ଜାଣନ୍ତକି ପଶ୍ଚିମ ଓଡିଶାର ସବୁଠୁ ବଡ ବୌଦ୍ଧର ରଥ କୁହାଯାଏ। ଯାହାର ନିର୍ମାଣ ଶୈଳୀ ସମ୍ପୂର୍ଣ୍ଣ ଭିନ୍ନ। ଏହି ଅଭଙ୍ଗା ରଥ ଉପରେ ରହିଛି ଆଉ ଏକ ଘୁର୍ଣ୍ଣାୟମାନ ରଥ। ଯାହାକି ସମଗ୍ର ଦେଶରେ ବିରଳ। କାହିଁ କୋଉ ଆବାହନ କାଳରୁ ନିର୍ମାଣ ହୋଇଥିବା ବୌଦ୍ଧ ରଥର ରହିଛି ବିଶେଷ ସ୍ୱତନ୍ତ୍ରତା।

ବୌଦ୍ଧର ଏହି ଅଭଙ୍ଗା ରଥକୁ ପ୍ରତ୍ୟେକ ବର୍ଷ କେବଳ ମରାମତି କରି ରଥ ଟଣାଯାଇଥାଏ। ଭିନ୍ନ ଶୈଳୀରେ ନିର୍ମାଣ ହୋଇଥିବା ବୌଦ୍ଧର ଏହି ରଥର ଉପର ମଧ୍ୟ ଭାଗରେ ରହିଛି ଆଉ ଏକ ଘୁର୍ଣ୍ଣାୟମାନ ରଥ। ଯାହାକି ରଥ ଏବଂ ବାହୁଡା ସମୟରେ ସଂପୂର୍ଣ୍ଣର ରଥକୁ ବୁଲାନଯାଇ କେବଳ ଚତୁର୍ଦ୍ଧାମୂର୍ତ୍ତି ଉପବେଷ୍ଟିତ ହେଉଥିବା ବେଦୀକୁ ବୁଲାଯାଇଥାଏ। ଆଉ ଗୋଟାଏ ରଥରେ ହିଁ ତିନି ଠାକୁର ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି।

ରାଜା ରାଜୁଡା ଅମଳରୁ ନିର୍ମାଣ ହୋଇଥିବା ବୌଦ୍ଧ ରଥର ଉଚ୍ଚତା ୪୫ ଫୁଟ ଥିବାବେଳେ ଚଉଡା ଥିଲା ୨୭ ଫୁଟ୍। କାଳକ୍ରମେ ଏହାର ଉଚ୍ଚତା ଏବଂ ଚଉଡା ହ୍ରାସପାଇ ଯଥାକ୍ରମେ ୩୮ଏବଂ ୨୩ ଫୁଟ ରହିଛି। ପୁରୀ ଭଳି ବୌଦ୍ଧରେ ମଧ୍ୟ ୩ ଠାକୁରଙ୍କୁ ଧାଡି ପହଣ୍ଡି କରି ରଥ ଉପରେ ଉପବେଷ୍ଟିତ କରାଯାଇ ଥାଏ। ବୌଦ୍ଧ ରାଜାଙ୍କ ଛେରା ପହଁରା ପରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥାଏ। ବୌଦ୍ଧରେ ବି ଧୁମଧାମରେ ରଥଯାତ୍ରା ହୋଇଥାଏ।

Leave A Reply

Your email address will not be published.