Odisha Link
Bridging the Missing Links in Odisha

ଭୋକରେ ବିଶ୍ଵନିଅନ୍ତା, ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ

ପାସ୍‌ ଦେଖାଇଲେ କାହାକୁ ଅଟକାଇବନି ପୁଲିସ

ଓଏଲ୍‌ ବ୍ୟୁରୋ: ଶ୍ରୀକ୍ଷେତ୍ର ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ। ମଙ୍ଗଳ ଆଳତି, ଅବକାଶ ପରେ ବଢିନି ନୀତି। ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ। ଏଯାଏ ହୋଇପାରିନି ଗୋପାଳ ବଲ୍ଲଭ ନୀତି। ଅବକାଶ ନୀତି ସରିଥିଲେ ବି ହୋଇପାରିନି ଗୋପାଳ ବଲ୍ଲଭ। କେଉଁ କାରଣ ପାଇଁ ନୀତି ବିଳମ୍ବ ହେଉଛି, ସ୍ପଷ୍ଟ କରିନି ପ୍ରଶାସନ। ନୀତି ବିଳମ୍ବ ନେଇ ବରିଷ୍ଠ ପୁଲିସ ଅଧିକାରୀ ଓ ମନ୍ଦିର ପ୍ରଶାସନର ଆଲୋଚନା। ପାସ୍‌ ଦେଖାଇଲେ କାହାକୁ ପୁଲିସ ଅଟକାଇବନି ବୋଲି ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି।

ଆଜି ଶରଧାବାଲିରେ ପହଞ୍ଚିଥିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ। ଗତକାଲି ବଡ଼ଶଙ୍ଖରେ ଅଟକିଥିଲା ସୁଭଦ୍ରାଙ୍କ ଦର୍ପଦଳନ। ମାଉସୀମା’ ଛକରେ ଅଟକି ଥିଲା ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ। ଗତକାଲି ଶରଧାବାଲି ପହଞ୍ଚିଥିଲା ବଳଭଦ୍ରଙ୍କ ତାଳଧ୍ବଜ ରଥ। ରଥ ଉପରୁ ଦର୍ଶନ ଦେଉଛନ୍ତି ତିନି ଠାକୁର। ଦର୍ପଦଳନ ଓ ନନ୍ଦିଘୋଷ ରଥକୁ ଟାଣି ନେଲେ ହଜାର ହଜାର ଭକ୍ତ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଗହଳି। ଆସନ୍ତାକାଲି ଆଡପମଣ୍ଡପ ବିଜେ କରିବେ ମହାପ୍ରଭୁ। ବଡ଼ଦାଣ୍ଡରେ ବଡ଼ଠାକୁରଙ୍କ ଦିବ୍ୟରୂପ ଦେଖି ଭକ୍ତ ବିମୋହିତ।

ମଙ୍ଗଳବାର ଥିଲା ବ୍ରହ୍ମାଣ୍ଡଠାକୁରଙ୍କ ପବିତ୍ର ଘୋଷଯାତ୍ରା। ହେଲେ ବହୁ ବର୍ଷର ବ୍ୟବଧାନ ପରେ ନିର୍ଦ୍ଧାରିତ ସମୟ ଭିତରେ ଶରଧାବାଲିରେ ପହଞ୍ଚିପାରିଲାନି ରଥ। ପ୍ରତିବର୍ଷ ଯେଉଁଠି ତିନି ରଥ ସମୟ ଅନୁସାରେ ଶରଧାବାଲିରେ ପହଞ୍ଚି ଯାଉଥିଲେ, ସେଠି ଚଳିତବର୍ଷ କାହିଁକି ତିନି ରଥ ପହଞ୍ଚିଲାନି, ତା’ର କାରଣ ଖୋଜା ଚାଲିଥିବାବେଳେ ପୁଣି ଗଡ଼ିଥିଲା ରଥ। ମାଉସୀମା’ ମନ୍ଦିର ଅଭିମୁଖେ ଗଡ଼ିଥିଲା ରଥ। ଶଙ୍ଖ, ମୃଦଙ୍ଗ ଆଉ ଭକ୍ତଙ୍କ ସମାଗମରେ ଗଡ଼ିଥିଲା ରଥ। ବିଶ୍ଵନିଅନ୍ତାଙ୍କୁ ଦେଖିବା ପାଇଁ ରଥଦାଣ୍ଡରେ ଅସଂଖ୍ୟ ଭକ୍ତଙ୍କ ସମାଗମ।

ଅନ୍ୟପଟେ, ରଥ ସମୟ ଅନୁସାରେ ପହଂଚି ନଥିବାରୁ କିଛି ଜଗନ୍ନାଥପ୍ରେମୀ ଓ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ରଥ ଗଡ଼ିବା ନେଇ ଯେଉଁ ସଙ୍କେତ ଦିଆଯାଇଥାଏ, ସେଥିରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। ରଥ ଟାଣିବା ବେଳେ ରଥ ଗଡ଼ିବା ଓ ରୋକିବା ପାଇଁ ବ୍ୟବହୃତ ପତାକା ଦେଖାଇବାକୁ ରଥ ଆଗରେ ଓ ରଥ ଉପରେ ଜେଟିପି, ପୁଲିସ ରହିଥାନ୍ତି। ସେହି ଅନୁସାରେ ପୁଲିସ ଡାକବାଜି ଜରିଆରେ ଘୋଷଣା ପରେ ରଥ ଗଡ଼ିଥାଏ।

ସେହିପରି ରଥ କେଉଁଆଡ଼କୁ ମୋଡ଼ ନେବ, ସେ ସମ୍ପର୍କରେ ବି ସଂକେତ ଜରିଆରେ ସୂଚନା ପାଇବା ପରେ ପୁଲିସ ଡାକବାଜି ଜରିଆରେ ଘୋଷଣା କରିଥାନ୍ତି ଓ ସେହି ଦିଗକୁ ରଥ ଗଡ଼ିଥାଏ। ଅଭିଯୋଗ ଉଠିଛି, ଆଜି ରଥ ତଳେ ଓ ରଥ ଉପରେ ଯେଉଁମାନେ ରହିଥିଲେ, ସେମାନେ ପତାକା ଦେଖାଇବାରେ ସେତେଟା ତାଳମେଳ ରହିନଥିଲା। ଯେଉଁଥିପାଇଁ ଆଜି ତିନି ରଥ ବଡ଼ଦାଣ୍ଡରେ ସିଂହଦ୍ବାରରୁ ମେଡିକାଲ୍‌ ଛକ ଭିତରେ ବାରମ୍ବାର ଡାହାଣ କୋଣ ମାଡ଼ି ଚାଲିଥିଲା। ଏଥିପାଇଁ ଏକାଧିକ ଥର ବଡ଼ଦାଣ୍ଡରେ ତିନି ରଥକୁ ଅଟକିବାକୁ ପଡ଼ିଥିଲା। ଯେଉଁଥିପାଇଁ ରଥ ଗଡ଼ିବା ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି।

Leave A Reply

Your email address will not be published.