Odisha Link
Bridging the Missing Links in Odisha

ତାତିରୁ ତ୍ରାହି, ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ!

ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ଏକ ପ୍ରକାର ଅଗ୍ରସର

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ଏଯାଏଁ ମୌସୁମୀ ଛୁଇଁପାରିନି ଓଡ଼ିଶା। ତେବେ ମୌସୁମୀ କେବେ ଓଡ଼ିଶା ଛୁଇଁବ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବାବେଳେ ରାଜଧାନୀରେ ବର୍ଷା ହେବା ପରେ ରାଜ୍ୟକୁ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ଏକ ପ୍ରକାର ଅଗ୍ରସର ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ଖବର ଅନୁସାରେ, ମୌସୁମୀ ଅଗ୍ରସର ପାଇଁ ପାଗ ସମ୍ପୂର୍ଣ ଅନୁକୂଳ ଥିବା ପାଣିପାଗ ବିଭାଗ ଏକ ପ୍ରକାର ସୂଚନା ଦେଇଥିଲା। ରାଜଧାନୀରେ କିଛି ସ୍ଥାନରେ ବର୍ଷା ହେଉଥିବାବେଳେ କିଛି ସ୍ଥାନରେ କୋହଲା ପାଗ ହୋଇଛି। ଯାହାକୁ ଦେଖି ମୌସୁମୀ ଆଗମନ ହେବ ବୋଲି କୁହାଯାଉଛି। ପ୍ରାକ ମୌସୁମୀ ପ୍ରଭାବରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି।

ଅନ୍ୟପଟେ, ୩ ଘଣ୍ଟା ପାଇଁ ୧୧ ଜିଲ୍ଲାରେ ବର୍ଷା ନେଇ ସତର୍କତା ଦେଇଛି ପାଣିପାଗ ବିଭାଗ। ଖୋର୍ଦ୍ଧା (ଭୁବନେଶ୍ୱର), ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, ଗଜପତି, ଗଂଜାମ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାକୁ ଆଲର୍ଟ କରାଯାଇଛି। ବର୍ଷା ପ୍ରଭାବରୁ ତାତିରୁ ସାମାନ୍ୟ ତ୍ରାହି ମିଳିଥିବା କୁହାଯାଉଛି।

Leave A Reply

Your email address will not be published.