Odisha Link
Bridging the Missing Links in Odisha

ଓଡ଼ିଶାରେ ବିଜେପି ସରକାର କରିପାରିବ ନାହିଁ: ଶରତ ପଟ୍ଟନାୟକ

ଏତେ ବଡ଼ ଦଳ ଶାଳୀନତା ନାହିଁ, କେବଳ ବାହାସ୍ପୋଟ

ଓଏଲ୍‌ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ଅଙ୍କକଷା। ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ଏସବୁ ମଧ୍ୟରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ପରେ ସାରା ଦେଶରେ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଛି ମହା ଜନସମ୍ପର୍କ ଅଭିଯାନ। ଆଜି ଭବାନୀପାଟଣା ଗସ୍ତରେ ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଆସିଥିବାବେଳେ ଉଦବୋଧନ ଦେଇ କହିଛନ୍ତି, ଓଡ଼ିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି। ଓଡ଼ିଶା ସବୁଠାରୁ ପଛୁଆ, ଗରିବ ରାଜ୍ୟ ଭାବେ ପରିଚିତ ହେଉଛି। ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦି ରାସନ ଦେଉଛନ୍ତି। ଏଠି ଶାସନ ଚଳାଉଛି କିଏ ବୋଲି ପ୍ରଶ୍ନ କରିଛନ୍ତି ନଡ୍ଡା।

ନଡ୍ଡାଙ୍କୁ କଡ଼ା ଜବାବ ଦେଲେ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି, ନଡ୍ଡାଙ୍କ ଗସ୍ତର କୌଣସି ପ୍ରଭାବ ପଡ଼ିବ ନାହିଁ। ନଡ୍ଡାଙ୍କ ନିଜ ରାଜ୍ୟରେ କଂଗ୍ରେସ ସରକାର କଲାଣି। ଓଡ଼ିଶାରେ ବିଜେପି ସରକାର କରିପାରିବ ନାହିଁ। ଏତେ ବଡ଼ ଦଳ ଶାଳୀନତା ନାହିଁ, କେବଳ ବାହାସ୍ପୋଟ ବୋଲି କହିଛନ୍ତି କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ।

ଅନ୍ୟପଟେ, ଜେପି ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି। ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉନାହାନ୍ତି। ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ କହିବି, ଏହାର ତଦନ୍ତ କରାଯିବ। ତଦନ୍ତ କରାଯାଇ ଯିଏ ଦୋଷୀ, ତାକୁ ଜେଲ୍ ପଠାଯିବ। ୧୧ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନା ସୁଫଳ ମିଳିଛି। ହେଲେ ଏଠାରେ କିନ୍ତୁ ନବୀନ ବାବୁ ଏହାକୁ ଲାଗୁ କରୁନାହାନ୍ତି। ଓଡ଼ିଶା ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରାଯାଉଛି ବୋଲି କହିଛନ୍ତି ନଡ୍ଡା।

ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ବକୁ ସାରା ବିଶ୍ବ ମାନୁଛି। ନୋବେଲ ବିଜେତା ପଲ୍ ରୋମର ବି ମୋଦିଙ୍କ ପ୍ରଶଂସାରେ ଶତମୁଖ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ବସ୍’ କହି ସମ୍ବୋଧନ କଲେ। ଆଜି ପାଟନାରେ କଂଗ୍ରେସ ସହ କିଛି ବିରୋଧି ଏକାଠି ହୋଇଛନ୍ତି। ରାହୁଲ ଗାନ୍ଧିଙ୍କ ଜେଜେମା ଲାଲୁ, ନୀତୀଶଙ୍କୁ ଜେଲରେ ଠୁଙ୍କିଥିଲେ। ଆଜି ସେହିମାନେ ରାହୁଲଙ୍କ ସହ ସେଠାରେ ଏକାଠି ହୋଇଛନ୍ତି।

ଭୋଟ ରାଜନୀତିକୁ ଛାଡ଼ି ରିପୋର୍ଟ କାର୍ଡ ରାଜନୀତି ଆରମ୍ଭ ହୋଇଛି। ଯାହା କହିଥିଲେ, ତାଠାରୁ ଅଧିକ କାମ କରିଛନ୍ତି ମୋଦି। ସାରା ଦୁନିଆ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରୁଛି। କିନ୍ତୁ ଏଠାରେ ଆମ କଂଗ୍ରେସ ନେତାଙ୍କ ପେଟ ମୋଡୁଛି। ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସକୁ ଭାରି କଷ୍ଟ ହେଉଛି ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା।

Leave A Reply

Your email address will not be published.