Odisha Link
Bridging the Missing Links in Odisha

ପତ୍ନୀ ହତ୍ୟା ମାମଲା: ଦୋଷୀ ସାବ୍ୟସ୍ତ ହେଲେ ଗୁଣୁପୁରର ପୂର୍ବତନ ବିଧାୟକ

ମଙ୍ଗଳବାର ମାମଲାରେ ଦଣ୍ଡ ବିଧାନ କରିବେ କୋର୍ଟ।

ଓଏଲ୍‌ ବ୍ୟୁରୋ: ଗୁଣୁପୁରର ପୂର୍ବତନ ବିଧାୟକଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପତ୍ନୀ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଦୋଷୀ ସାବ୍ୟସ୍ତ। ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ ଦୋଷୀ ସାବ୍ୟସ୍ତ। ରାୟ ଶୁଣାଇଲେ ଭୁବନେଶ୍ୱର ଏଡିଜେ-୩ କୋର୍ଟ। ମଙ୍ଗଳବାର ମାମଲାରେ ଦଣ୍ଡ ବିଧାନ କରିବେ କୋର୍ଟ।

ଖବର ଅନୁସାରେ,୧୯୯୫ରେ ପତ୍ନୀଙ୍କୁ ପୋଡ଼ି ମାରିଥିଲେ ରାମମୂର୍ତ୍ତି ଗମାଙ୍ଗୋ। ଭୁବନେଶ୍ୱର ବିଧାୟକଙ୍କ କ୍ୱାର୍ଟର୍ସରେ ପୋଡ଼ି ହତ୍ୟା କରିଥିଲେ। ପୋଡ଼ି ମାରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ।

ଆତ୍ମହତ୍ୟା ନେଇ ଥାନାରେ ଏତଲା ମଧ୍ୟ ଦେଇଥିଲେ ବିଧାୟକ। ଖାରବେଳ ନଗର ଥାନାରେ ଏତଲା ପରେ ହୋଇଥିଲା ତଦନ୍ତ। ଏନେଇ ତଦନ୍ତ ପରେ ଦୋଷୀ ସାବ୍ୟସ୍ତ ହେଲେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ।

Leave A Reply

Your email address will not be published.