Odisha Link
Bridging the Missing Links in Odisha

ଜ୍ଞାନାଲୋକ ଟ୍ରଷ୍ଟ ଆନୁକୂଲ୍ୟରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ଡ. ହିମାଂଶୁ ଶେଖର ରାଉତ ଯୋଗଦେଇଥିଲେ

ଭୁବନେଶ୍ୱର: ଆଜି ଜ୍ଞାନାଲୋକ ଟ୍ରଷ୍ଟ ଦ୍ୱାରା ସରକାରୀ ଉଚ୍ଚ ବିଦ୍ୟାଳୟ, ଗଣ୍ଡମୁଣ୍ଡା, ଭୁବନେଶ୍ୱର ପରିସରରେ ଏକ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସକାଳୁ ସକାଳୁ ଛାତ୍ର-ଛାତ୍ରୀ ଓ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସର ସଫା କରିବା ସହ ବିଦ୍ୟାଳୟ ପ୍ରାଙ୍ଗଣରେ ନାନାଦି ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା। ପରେ ବିଦ୍ୟାଳୟର ଛାତ୍ର-ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପରିବେଶ ସୁସ୍ଥ ରଖିବା ପଦ୍ଧତି ଓ ତାର ଲାଭ ସମ୍ବଦ୍ଧରେ ସଚେତନତା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ଡ. ହିମାଂଶୁ ଶେଖର ରାଉତ ଯୋଗଦେଇଥିଲେ।

ନିମନ୍ତ୍ରୀତ ଅତିଥି ମାନଙ୍କ ମଧ୍ୟରେ ଡ. ଗିରିଶ ରଞ୍ଜନ ସାହୁ (ଅଧ୍ୟାପକ, ଖୋର୍ଦ୍ଧା ଆଇନି ମହାବିଦ୍ୟାଳୟ), ସୋଲୋମନ ମହାରଣା (ନିର୍ଦେଶକ-ଉଇକେୟାର, କଟକ),  ମାନସ ରଞ୍ଜନ ଦାସ (ରାଜ୍ୟ ସଂଯୋଜକ, ସୋସିଆଲ ଆଲଫା, ଓଡିଶା), ଓ ବିଭୁ ପ୍ରସାଦ ମିଶ୍ର (ଗ୍ରୀନ କ୍ଲୁବ, ନୟାଗଡ) ଯୋଗଦେଇଥିଲେ। ନୟାଗଡ ଜିଲାର ବିଭିର୍ନ ଅଂଚଳରେ ବୃକ୍ଷ ରୋପଣ କରି ପରିବେଶ ସଚେତନତାର ବାର୍ତା ବାଣ୍ଟୁଥିବାରୁ ଗ୍ରୀନ କ୍ଳବର ସଦସ୍ୟ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ସଭା ଶେଷରେ ଜ୍ଞାନାଲୋକର ଅଧକ୍ଷ ତଥା ସମାଜ ସେବୀ ଡ. ପ୍ରଦୀପ କୁମାର ସାହୁ ସମସ୍ତ ଅତିଥି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଓ ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ, ଓ ଛାତ୍ର-ଛାତ୍ରୀ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.