Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ ପଞ୍ଝାରେ ଜଣେ ପୁଲିସ ଏସ୍‌ଆଇ

ଲାଞ୍ଚ ନେଉଥିଲେ ସୁକିନ୍ଦା ଥାନା ଏସ୍‌ଆଇ

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ। ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଜଣେ ପୁଲିସ ଏସ୍‌ଆଇ। ୧୦ ହଜାର ଟଙ୍କା ଲାଞ୍ଚ ନେଇ ସୁକିନ୍ଦା ଥାନା ଏସ୍‌ଆଇ ନିର୍ମଳ ସେନାପତି ଧରାପଡ଼ିଛନ୍ତି। ଏକ ମାମଲାରେ ଅଭିଯୋଗକାରୀଙ୍କୁ ସାହାଯ୍ୟ କରିବାକୁ ଲାଞ୍ଚ ନେଉଥିଲେ ସୁକିନ୍ଦା ଥାନା ଏସ୍‌ଆଇ। ଏସ୍‌ଆଇ ନିର୍ମଳଙ୍କ ଏକାଧିକ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି କରାଯାଇଛି।

Leave A Reply

Your email address will not be published.