Odisha Link
Bridging the Missing Links in Odisha

ଉତ୍ତର ଭାରତରେ ତାଣ୍ଡବ ରଚିଲା ବର୍ଷା, ଗଲାଣି ୯୧ ଜୀବନ

ହରିୟାଣା ଓ ରାଜସ୍ଥାନରେ ମଧ୍ୟ ବର୍ଷା ପାଇଁ ବ୍ୟାପକ କ୍ଷୟକ୍ଷତି

ଓଏଲ୍ ବ୍ୟୁରୋ: ଉତ୍ତର ଭାରତରେ ଦୁର୍ଦ୍ଦିନ ଆଣିଦେଇଛି ବର୍ଷା। ବର୍ଷା ପ୍ରଭାବରେ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଜାମ୍ମୁ-କାଶ୍ମୀରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପ୍ରଭାବରେ ଜନ ଜୀବନ ହନ୍ତସନ୍ତ ହୋଇପଡିଛି। ହରିୟାଣା ଓ ରାଜସ୍ଥାନରେ ମଧ୍ୟ ବର୍ଷା ପାଇଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣା ପଡିଛି।

ହିମାଚଳ ପ୍ରଦେଶରେ ଫସିରହିଥିବା ୩ ଶହ ପର୍ଯ୍ୟଟକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଛି। ବର୍ଷାର ବିତ୍ପାତରେ ପୂର୍ବରୁ ୭୧ ଜୀବନ ଚାଲିଯାଇଥିଲା। ମଙ୍ଗଳବାର ଆଉ ୨୧ ଜଣ ପ୍ରାଣ ହରାଇଥିବା ସୂଚନା ରହିଛି। ପ୍ରକୃତିର ତାଣ୍ଡବରେ ବର୍ତମାନ ସୁଦ୍ଧା ୯୦ରୁ ଅଧିକ ପ୍ରାଣ ହରାଇଥିବା ଜଣା ପଡିଛି।

Leave A Reply

Your email address will not be published.