Odisha Link
Bridging the Missing Links in Odisha

ବାହାନଗା ଟ୍ରେନ୍ ଦୁର୍ଘଟଣା: ଆକ୍ସନ୍ ଟେକେନ୍ ରିପୋର୍ଟ ଦେବାକୁ ଏନ୍ଏଚ୍ଆରସିଙ୍କ ନିର୍ଦ୍ଦେଶ

ଓଏଲ୍ ବ୍ୟୁରୋ: ବାହାନଗା ରେଳ ଦୁର୍ଘଟଣା ମାମଲାରେ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିଛନ୍ତି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ ଓ ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ଏନଏଚଆରସି ଚିଠି ଲେଖିଛ। ଦୁର୍ଘଟଣାର କ’ଣ ଆକ୍ସନ ନେଇଛନ୍ତି ରିପୋର୍ଟ ଦେବାକୁ ଚିଠି ଲେଖିଛନ୍ତି। ୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ବାହାନଗା ରେଳ ଦୁର୍ଘଟଣା ପରେ ଚୋରି, ଶବ ସଂରକ୍ଷଣ, ମୃତଦେହର ନକଲି ଦାବିଦାର ଆଦି ବହୁ ଘଟଣା ନଜରକୁ ଆସିଥିବା ବେଳେ ଏଥିପାଇଁ ରେଳୱ କର୍ତ୍ତୃପକ୍ଷ ଓ ଓଡ଼ିଶା ସରକାର ଦାୟୀ ବୋଲି ପିଟିସନରେ ଦର୍ଶାଯାଇଛି। ଏହି ପିଟିସନକୁ ଆଧାର କରି ଆକ୍ସନ୍ ଟେକେନ୍ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ।

ଅନ୍ୟପଟେ, ଗତକାଲି ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା। ମାମଲାରେ ସମ୍ପୃକ୍ତ ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହୋଇଥିବା ୭ ଜଣ ରେଳ କର୍ମଚାରୀ ଅଟନ୍ତି। ତେବେ କାର୍ଯ୍ୟାନୁଷ୍ଠାନ ନେଇ ଜିଏମ୍‌ ଅନୀଲ କୁମାର ମିଶ୍ର ସୂଚନା ଦେଇଥିଲେ। ଏହି ଘଟଣାରେ ସିବିଆଇ ଓ ସିଆରଏସ୍‌ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ରେଲୱେ ପ୍ରଶାସନ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନିୟମ ଅନୁସାରେ ଗିରଫର ୨୪ ଘଣ୍ଟା ଭିତରେ ସସ୍‌ପେଣ୍ଡ ନିଶ୍ଚିତ ବୋଲି ସୂଚନା ରହିଛି।

Leave A Reply

Your email address will not be published.