Odisha Link
Bridging the Missing Links in Odisha

ଟ୍ରକ୍‌ ଧକ୍କାରେ ଓଲଟିଲା ଯାତ୍ରୀବାହୀ ବସ୍, ବର୍ତ୍ତିଲେ ୩୭ ଯାତ୍ରୀ

ଓଏଲ୍‌ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଶାନ୍ତିଆ ବାଇପାସ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌କୁ ଟ୍ରକ୍ ପଛପଟୁ ଧକ୍କା ଦେବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ୮ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ବସ୍‌ କଣ୍ଡକ୍ଟର ଗୁରୁତର ହୋଇଥିବା ଜଣାପଡ଼ିଛି। ତାଙ୍କ ଚିକିତ୍ସା ବର୍ତ୍ତମାନ ଚାଲିଥିବା ଜଣାପଡ଼ିଛି।

ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବ୍ରିଜ ଠାରୁ ୨୦୦ ମିଟର ଆଗକୁ ଭୁବନେଶ୍ୱରରୁ କୋଲକାତା ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ହୋଇଥିଲା। ବସରେ ୩୩ ଯାତ୍ରୀଙ୍କ ସହ ଚାଳକ ଓ ବସ୍ କର୍ମଚାରୀଙ୍କୁ ମିଶାଇ ମୋଟ ୩୭ ଜଣ ରହିଥିଲେ।

ବସ ଓଲଟିବା ସ୍ଥାନରୁ ମାତ୍ର ଗୋଟିଏ ମିଟର ଦୁରତାରେ ୧୧ କେଭି ବିଦ୍ୟୁତ୍ ତାର ଥିଲେ ମଧ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାତ୍ରୀମାନଙ୍କୁ ଉଦ୍ଧାର ଖରାଯାଇ କୋଲକାତା ଅଭିମୁଖେ ଯାଉଥିବା ଅନ୍ୟ ଏକ ବସରେ କୋଲକାତା ପଠାଇ ଦିଆଯାଇଛି। ତେବେ ବସ୍ ର କଣ୍ଡକ୍ଟରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କଟକ ପଠାଯାଇଛି।

Leave A Reply

Your email address will not be published.